ବିବାହ ପରେ ଝିଅକୁ ଛାଡ଼ିଦେବାରୁ ଜ୍ବାଇଁର ଅଧା ନିଶ କାଟିବା ସହ ଚପଲ ମାଳ ପକାଇ ଭିଡିଓ ଉତ୍ତୋଳନ କଲେ ଶଶୁର ଘର ଲୋକ

ରାଜସମନ୍ଦ(ରାଜସ୍ଥାନ): ରାଜସ୍ଥାନ‌ରେ ରାଜସମନ୍ଦରେ ଘଟିଥିବାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବକଙ୍କର ଅଧା ନିଶ କଟାଯାଇଥିବା ବେଳେ ତାଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଯାଇଥିବା ଦେଖାଯାଇଛି। ଯୁବକଙ୍କ ସହ ଏଭଳି ଅତ୍ୟାଚାର କରାଯାଉଥିବାର ଭିଡିଓ ଭାଇରାଲ‌ ହେବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ଏତଲା ଲେଖି ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

दामाद की आधी मूंछ काटकर पहनाई जूतों की माला, वीड‍ियो वायरल
aajtak.intoday.in

ଘଟଣାଟି ଆମେଟ ଥାନା ଅଧିନରେ ମାର୍ଚ୍ଚ ୧୪ରେ ଘଟିଥିଲା। ପୁଲିସର କହିବା ମୁତାବକ, ପୀଡ଼ିତ ଦିଲୀପ ନାଥ ପାରସୀ ନାମକ ଜଣେ ମହିଳାଙ୍କୁ କିଛି ଦିନ ତଳେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ସେ ପାରସୀଙ୍କୁ ନିଜ ଘରୁ ବାହାର କରିଦେଇଥିଲେ। ଏଭଳି କିଛି ଦିନ ବିତିବା ପରେ ପୁଣି ପାରସୀଙ୍କ ପ୍ରତି ଭଲପାଇବା ଜାଗ୍ରତ ହେବାରୁ ଦିଲୀପ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। ହେଲେ ଏ ବିଷୟରେ ପାରସୀଙ୍କ ବାପା ଓ ଭାଇଙ୍କୁ ସୂଚନା ମିଳିବା ପରେ ସେ ଦିଲୀପଙ୍କ ଘରେ ପହଞ୍ଚି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିିଥିଲେ। ଏହା ସହ ତାଙ୍କର ନିଶ କାଟି ଚପଲ ମାଳ ପିନ୍ଧାଇ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା ପରେ ଏ ନେଇ ଦିଲୀପ ପୁଲିସରେ ଅଭିଯୋଗ କରିବାରୁ ପୁଲିସ ପାରସୀଙ୍କ ବାପା-ଭାଇଙ୍କ ସମେତ ଅନ୍ୟ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର