ସ୍ତ୍ରୀ ଆଗରେ ନାବାଳିକାକୁ ଦୁଷ୍କର୍ମ କଲା ସ୍ୱାମୀ, ବିରୋଧ କରିବା ପରିବର୍ତ୍ତେ ପୀଡ଼ିତାଙ୍କ ପରିବାରକୁ ଧମକ ଦେଲା ସ୍ତ୍ରୀ

0 1,345

ଇନ୍ଦୋର : ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ବର୍ଷିୟ ନାବାଳିକାକୁ ସ୍ୱାମୀ ଦୁଷ୍କର୍ମ କରୁଥିବା ବେଳେ ସ୍ତ୍ରୀ ଠିଆ ହୋଇ ଦେଖିଥିଲା । ଆଶ୍ଚର୍ଯ୍ୟଜନକ ହେଉଛି, ସ୍ତ୍ରୀ ବିରୋଧ କରିବା ପରିବର୍ତ୍ତେ ପୀଡ଼ିତାଙ୍କ ମା’ଙ୍କୁ ଯାଇ ଧମକ ଦେଇଥିଲେ । ପୁଲିସରେ ଅଭିଯୋଗ କରିବା ପୂର୍ବରୁ ତୁମର ଆଉ ଦୁଇଟି ଝିଅ ଅଛନ୍ତି ବୋଲି ଭାବି ନେବ ବୋଲି କହି ପୀଡ଼ିତାଙ୍କ ବଡ଼ ଭଉଣୀ ଏବଂ ତାଙ୍କ ମା’ଙ୍କୁ ମାଡ଼ ମାରିଥିଲେ ଅଭିଯୁକ୍ତର ମା’ ଏବଂ ସ୍ତ୍ରୀ । ଏହି ଘଟଣା ପରେ ପୀଡ଼ିତା ଏବଂ ତାଙ୍କ ବଡ଼ ଭଉଣୀକୁ ଡ଼ାକ୍ତରଖାନା ପଠା ଯାଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିବା ଜଣାପଡ଼ିଛି ।

Oneindia

ଘଟଣାଟି ମଧ୍ୟପ୍ରଦେଶର ହୀରା ନଗରରେ ଘଟିଛି । ଠିକାଦାର ଭାବେ କାମ କରୁଥିବା ଧର୍ମେନ୍ଦ୍ର ପଡ଼ୋଶୀ ଘରେ ରହୁଥିବା ପୀଡ଼ିତାଙ୍କୁ ପ୍ରଥମେ କ୍ଷୀର ନେଇ ଆସିବା ପାଇଁ କହିଥିଲେ । ପୀଡ଼ିତା କ୍ଷୀର ନେଇ ଆସିବା ପରେ ଘରର କବାଟ ବନ୍ଦ କରିଦେବା ସହ ଦୁଷ୍କର୍ମ କରିଥିଲେ ଧର୍ମେନ୍ଦ୍ର । ଏହି ସମୟରେ ତାଙ୍କ ସ୍ତ୍ରୀ ଉପସ୍ଥିତ ଥାଇ ମଧ୍ୟ ସେ କିଛି କହି ନଥିଲେ । ପୀଡ଼ିତାଙ୍କ ବଡ଼ ଭଉଣୀ ତାଙ୍କୁ ଖୋଜି ଖୋଜି ଆସିବା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣି ପାରିଥିଲେ । ନିଜ ଭଉଣୀକୁ ନେଇ ଘରକୁ ଆସିବା ପରେ ଅଭିଯୁକ୍ତଙ୍କ ସ୍ତ୍ରୀ ଏବଂ ତାଙ୍କ ମା’ ପୀଡ଼ିତାଙ୍କ ଘରକୁ ଆସି ପୀଡ଼ିତାଙ୍କ ବଡ଼ ଭଉଣୀ ଏବଂ ତାଙ୍କ ମା’ଙ୍କୁ ମାଡ଼ ମାରଥିଲେ । ଏହା ସହ ଯଦି ପୁଲିସରେ ଅଭିଯୋଗ କର ତେବେ ତୁମର ଆଉ ଦୁଇଟି ଝିଅ ସହ ବି ଏପରି ହେବ ବୋଲି ଧମକ ଦେଇଥିଲେ । ପରେ ସୁରକ୍ଷା ପାଇଁ ପଡ଼ୋଶୀଙ୍କ ସାହାଯ୍ୟ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଡ଼ିଆଇଜିଙ୍କ ପାଖରେ ପହଞ୍ଚିବା ପରେ ଅଭିଯୁକ୍ତକୁ ଗିରଫ କରି ପୁଲିସ ଜେଲ୍‌ ପଠାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.