ଚନ୍ଦ୍ରଶେଖରପୁର: ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଓ ତାଙ୍କ ମୋବାଇଲ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣଙ୍କ ଏକ ଇଂରାଜୀ ଖବରକାଗଜ ସଂସ୍ଥାରେ ଫିଚର ସଂପାଦକ ଭାବେ କାର୍ଯ୍ୟକରୁଥିବା ବେଳେ ସେହି ସଂସ୍ଥାର ଜଣେ ଯୁବତୀଙ୍କୁ ସେ ଅସଦାଚରଣ କରିଥିଲେ। ତାଙ୍କ ନାମ ନିର୍ମାଲ୍ୟ ଦେବ୍। ଯୁବତୀଜଣଙ୍କ ତାଙ୍କୁ ଏନେଇ ତାଗିଦ୍ କରିବାରୁ ସେ ରାଗିଯାଇ ବିଭିନ୍ନ ଅଶ୍ଳୀଳ ଫଟୋ ଓ ଭିଡିଓ ତାଙ୍କ ମୋବାଇଲ୍କୁ ପଠାଇଥିଲେ। ଏନେଇ ଯୁବତୀ ଜଣଙ୍କ ସଂସ୍ଥାର ମୁଖ୍ୟଙ୍କୁ ସୂଚନା ଦେବାସହ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତ ନିର୍ମାଲ୍ୟକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସଂସ୍ଥାପକ୍ଷରୁ ତାଙ୍କୁ ଚାକିରିକୁ ବହିଷ୍କାର କରିଦିଆଯାଇଛି।
ଯୁବତୀଙ୍କ ମୋବାଇଲ୍କୁ ଅଶ୍ଳୀଳ ଫଟୋ ପଠାଇ ଯୁବକ ଗିରଫ
/sambad/media/post_attachments/wp-content/uploads/2018/04/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)