ମୋବାଇଲ୍ ଲୁଟେରା ଗିରଫ

ଖଣ୍ଡଗିରି: ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ମୋବାଇଲ୍‌ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ୟୁନିଟ୍‌-୬ ଶାନ୍ତିପଲ୍ଲୀବସ୍ତିର ସମୀର ଜେନା ଓରଫ୍ ନନ୍ଦୁ(୨୩)। ପୁଲିସ ସୂଚନାନୁସାରେ ଗତ ୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ସ୍ଥାନୀୟ ବରବାରୀରେ ରହୁଥିବା ‌ଜଣେ ଯୁବତୀ ଜାଗମରା ବଜାରରୁ ଏକୁଟିଆ ଘରକୁ ଫେରୁଥିଲେ। ଧର୍ମବିହାର ପାର୍ ହେବା ପରେ ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତ ନନ୍ଦୁ ତାଙ୍କଠାରୁ ମୋବାଇଲ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲା। ଏ ନେଇ ମୀନା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର