ରାସ୍ତାରେ ସେଲଫି ନେଉଥିବା ବେଳେ ମହିଳାଙ୍କ ଠାରୁ ମୋବାଇଲ ଛଡ଼ାଇ ଦୁର୍ବୃତ୍ତ ଚମ୍ପଟ

ନୂଆଦିଲ୍ଲୀ: ଆଜିକାଲି ଆବାଳବୃଦ୍ଧବନିତାଙ୍କୁ ସେଲଫି ନିଶା ଘାରିଥିବା ଦେଖିବାକୁ ମିଳିଛି। ତେବେ ସେଲଫି ନେଉଥିବା ସମୟରେ ଅସାବଧାନତା ହେତୁ ଅନେକ ଲୋକଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଥିବା ଖବର ପ୍ରକାଶ ପାଇଛି। ତେଣୁ ବାରମ୍ବାର ଗଣମାଧ୍ୟମରେ ସେଲଫି ନେଉଥିବା ଲୋକମାନଙ୍କୁ ଏ ନେଇ ସଚେତନ କରାଯାଉଛି। ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ସେଲଫି ନେଉଥିବା ସମୟରେ ଲୁଟର ଶିକାର ହୋଇଥିବା ଦେଖିବାକୁ ମିଳୁଛି।

Image result for mobile-snatching-while-taking-selfie"
YouTube

ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ସଡ଼କରେ ସେଲଫି ନେବା ପାଇଁ ପୋଜ ଦେଉଛନ୍ତି। ଏହି ସମୟରେ ଜଣେ ଦୁର୍ବୃତ୍ତ ଲାଲ ରଙ୍ଗର ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ବାଇକ୍‌ରେ ବଡ଼ ଚତୁରତା ସହ ଆସୁଛି। ଯେମିତି ହିଁ ମହିଳା ସେଲଫି ନେବା ପାଇଁ ଫୋନ୍‌ ଧରି ହାତକୁ ଆଗକୁ ବଢ଼ାଇଛନ୍ତି ଉକ୍ତ ଦୁର୍ବୃତ୍ତ ମହିଳାଙ୍କ ଠାରୁ ଆଖି ପିଛୁଳାକେ ମୋବାଇଲ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଛି। ଦୁଇଜଣ ମହିଳା କିଛି ସମୟ ପାଇଁ ଦୁର୍ବୃତ୍ତଙ୍କ ପଛରେ ଦୌଡ଼ି ଥିଲେ ହେଁ କୌଣସି ଲାଭ ମିଳି ନ ଥିଲା।

ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ତେବେ ଏହି ଘଟଣା କେଉଁ ସ୍ଥାନର ତାହା ଏଯାବତ ଜଣାପଡ଼ି ନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏହି ମୋବାଇଲ ଫୋନ୍‌ ଲୁଟ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଘଟଣା ଦେଖିବା ପରେ ଲୋକମାନଙ୍କୁ ସଡ଼କରେ ସେଲଫି ସମୟରେ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର