ଶାନ୍ତିପଲ୍ଲୀ ବସ୍ତିରୁ ମୋବାଇଲ୍‌ ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ସହିଦନଗର ଶାନ୍ତିପଲ୍ଲୀ ବସ୍ତିରୁ ଆଜି ଜଣେ ମୋବାଇଲ୍‌ ଲୁଟେରାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇଛି। ଲୁଟେରା ଜଣଙ୍କ ହେଲା ଭୀମ ପାତ୍ର (୨୨)। ଘର ଯାଜପୁର ଦଶଗଣିଆ ଯାଖପୁରର ହୋଇଥିବା ବେଳେ ଏଠାର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ରୁହେ। ଗିରଫ ବେଳେ ପୁଲିସ୍‌ ତାଠାରୁ ୪ଟି ଦାମୀ ମୋବାଇଲ୍‌ ଜବତ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଲୋକଙ୍କ ମୋବାଇଲ୍‌ ଝାମ୍ପିନେଇ ବିଭିନ୍ନ ସ୍ଥାନରେ ବିକ୍ରିକରୁଥିବା ବେଳେ ପୁଲିସ୍‌ ତାକୁ ଗିରଫ କରିଛି। ଭୀମ ନାଁରେ ରାଜଧାନୀର ଅନ୍ୟ ଥାନାରେ ଅଭିଯୋଗ ରହିଥିବା ଜଣାପଡ଼ିଛି। ସେ ଜଣେ ପେଶାଦାର ଲୁଟେରା ବୋଲି ପୁଲିସ୍‌ ଜେରା ବେଳେ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର