ମଲ୍‌ରେ ଉଲଗ୍ନ ଅବସ୍ଥାରେ ଫଟୋ ସୁଟ କରି ମଡେଲ ଗିରଫ

ନୂଆଦିଲ୍ଳୀ : ଆମେରିକାର ପେନସ୍ଲିଭାନିଆର ଏକ ମଲରେ ନଗ୍ନ ଫଟୋସୁଟ କରୁଥିବା ଅଭିଯୋଗରେ ଜଣେ ମଡ଼େଲ ଏବଂ ଫଟୋଗ୍ରାଫରକୁ ଗିରଫ କରାଯାଇଛି । ୨୨ ବର୍ଷିୟ ମଡ଼େଲ ଚେଲିସା ଗୁରା ଏବଂ ୬୪ ବର୍ଷିୟ ଫ୍ୟାସନ ଫଟୋଗ୍ରାଫର ମିଖେଲ ଓ୍ଵାର୍ନକଙ୍କୁ ଅଶାଳୀନ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ କରାଯାଇଛି। ଲୋକ ଗହଳି ସ୍ଥାନରେ ନଗ୍ନ ଫଟୋସୁଟ ପାଇଁ ପୁଲିସ ଦୁହିଁଙ୍କୁ ୩୦୦ ଡ଼ଲାର ଜରିମାନା ମଧ୍ୟ କରିଛି ।
ପୁଲିସ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ସମୟରେ ଚେଲିସା ଏବଂ ମିଖେଲ ପେନସ୍ଲିଭାନିଆର ଏକ ମଲରେ ନଗ୍ନ ଫଟୋସେସନ୍‌ ସୁଟ୍‌ କରୁଥିଲେ । ସେହି ସମୟରେ ମଲର ଜଣେ ଦୋକାନୀ ପୁଲିସ ନିକଟକୁ କଲ୍‌ କରି ଘଟଣା ବିଷୟରେ ଜଣାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଚେଲିସ କେବଳ ହାଇହିଲ ଜୋତା ପିନ୍ଧି ପୋଜ ଦେଉଥିଲେ ଏବଂ ମିଖେଲ ତାଙ୍କର ଫଟୋ ଉଠାଇବାରେ ବ୍ୟସ୍ତଥିଲେ । ପୁଲିସ ଦୁହିଁଙ୍କୁ ଗିରଫ କରିଥିବା ବେଳେ ମିଖେଲଙ୍କ ବିରୋଧରେ ଅପତ୍ତିଜନକ ବ୍ୟବହାର, ନିଶା ଦ୍ରବ୍ୟର ବ୍ୟବହାର ଆଦିର ଆରୋପ ଲଗାଇବା ସହ ଚେଲିସାଙ୍କ ବିରୋଧରେ ସର୍ବସାଧାରଣସ୍ଥଳରେ ଆପତ୍ତିଜନକ ଅବସ୍ଥାରେ ରହିବା ଆରୋପ ଲାଗିଛି ।

Fstoppers

ଘଟଣା ବିଷୟରେ ଚେଲିସା କହିଛନ୍ତି, “ମୁଁ ନଗ୍ନ ମଡ଼େଲିଙ୍ଗ ମୋର କଲେଜ ସମୟରୁ କରି ଆସୁଛି । ମୁଁ ଜାଣି ନ ଥିଲି ଏପରି ଫଟୋ ଉଠାଇବା ଏକ ଅପରାଧ। ମୁଁ କେବେ ମଧ୍ୟ କାହାକୁ ଅପମାନିତ କିମ୍ବା କାହାର ମତିଭ୍ରମ କରିବା ପାଇଁ ଚାହିଁ ନଥିଲି । ମତେ ମଡ଼େଲିଂର ଇଛାଥିଲା ଏଣୁ ମୁଁ ଫଟୋ ଉଠାଉଥିଲି।”

ସମ୍ବନ୍ଧିତ ଖବର