ନାଇଟ ପାର୍ଟି, ମଦ, କୋକେନ୍‌ ଓ ସେକ୍ସ ପରେ ୧୮ବର୍ଷୀୟ ମଡେଲଙ୍କ ମୃତଦେହ ଡାକ୍ତରଙ୍କ ଘରୁ ଉଲଗ୍ନ ଅବସ୍ଥାରେ ମିଳିଲା

ନୂଆଦିଲ୍ଲୀ: ଫଟୋରେ ଆପଣ ଯେଉଁ ମଡେଲକୁ ଦେଖୁଛନ୍ତି ତାଙ୍କ ନାମ ଓଲ୍ୟା ଲେଗିଲେ(୧୮)। ଓଲ୍ୟାଙ୍କ ମୃତଦେହ ଅତି ରହସ୍ୟ ଜନକ ଆମେରିକାର ଫ୍ଲୋରିଡା ସହରରେ ବସବାସ କରୁଥିବା ଭାରତୀୟ-ଆମେରିକାନ୍‌ ଡାକ୍ତରଙ୍କ ଆପାର୍ଟମେଣ୍ଟରୁ ମିଳିିଛି। ଏହା ଦୁର୍ଘଟଣା ନା ହତ୍ୟା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ମୃତ ଓଲ୍ୟାଙ୍କ ମୃତ୍ୟୁ ଡ୍ରଗ୍ସର ଓଭରଡୋଜ୍‌ ହେତୁ ହୋଇଛି ବୋଲି ପୁଲିସ କହୁଛି। ପୁଲିସ ସନ୍ଦେହ କରୁଛି ମୃତ୍ୟୁ ହେବା ପୂର୍ବରୁ ଓଲ୍ୟା ରାତିସାରା ପାର୍ଟ କରିଛନ୍ତି। ତା’ପରେ ମଦ ଓ କୋକେନ୍‌ରେ ନିଶାଶକ୍ତ ହୋଇ ଡାକ୍ତରଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ।

ଓଲ୍ୟାଙ୍କ ପରିବାରଲୋକ ଓ ସାଙ୍ଗସାଥୀଙ୍କ କହିବାନୁସାରେ, ଓଲ୍ୟାଙ୍କ ସହିତ ଡାକ୍ତର ଜୋରଜବରଦସ୍ତି ଏପରି କାମ କରିଛନ୍ତି।

ମଡେଲ ଓ ଡାକ୍ତରଙ୍କ ସାକ୍ଷତ ସ୍ପୋଟର୍ସ ବାରରେ ହୋଇଥିଲା । ସେଠାରେ ମଦ ପିଇବା ପରେ ଓଲ୍ୟାଙ୍କୁ ନେଇ ଡାକ୍ତର ନିଜ ଆପାର୍ଟମେଣ୍ଟକୁ ଆସିଥିଲେ। ଡାକ୍ତରଙ୍କ କହିବାନୁସାରେ, ସେ ସେଦିନ ରାତି ଶୋଇଥିଲେ, ତା’ପର ଦିନ କିଭଳି ମୃତ ଅବସ୍ଥାରେ ତଳେ ପଡ଼ିଥିଲେ ତାହା ଜାଣିପାରି ନଥଲି। ପୁଲିସ ଓଲ୍ୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସହିତ ମାମଲାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର