ଶରୀରରୁ ଭୂତ ଛଡ଼ାଇବା ପାଇଁ ତାନ୍ତ୍ରିକ କଥାରେ ପଡ଼ି ବିବସ୍ତ୍ର ହୋଇ ଦିଅର ସାମ୍ନାରେ ୧୫ପାଦ ଚାଲିଲେ ମହିଳା

ଅହମ୍ମଦାବାଦ: ବିଜ୍ଞାନ ଯୁଗରେ ବି ଲୋକମାନେ ଗୁଣିଗାରେଡି ଓ ତାନ୍ତ୍ରିକକୁ ବିଶ୍ୱାସ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟର ସରସପୁରର ଗୋକୁଲଦାସରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ଭୂତ ଛଡ଼ାଇବା ଆଳରେ ପରିବାରବର୍ଗଙ୍କ ସମ୍ମୁଖରେ ଜଣେ ତାନ୍ତ୍ରିକ ବିବସ୍ତ୍ର କରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ମହିଳା ଜଣକ ତାନ୍ତ୍ରୀକ ନାମରେ ମାମଲା ରୁଜ୍ଜୁ କରିଥିଲେ।

ମହିଳା ଅଭିଯୋଗ କରି କହନ୍ତି, ମୁଁ ମୋର ସ୍ୱାମୀ ଓ ଦୁଇଟି ଶିଶୁ ସହିତ ଘରେ ରୁହେ। ୬ମାସ ହେବ ମୋର ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏଥିପାଇଁ ମୁଁ ବହୁ ଔଷଧ ଖାଇଥିଲେ ବି କିଛି ସୁଫଳ ମିଳି ନଥିଲା। ଶାଶୁଘର ଲୋକ ଚନ୍ଦନ ନଗରରେ ଜଣେ ଭଲ ତାନ୍ତ୍ରିକ ଅଛି ଯାହାଙ୍କ ପାଖକୁ ଗଲେ ସେ ଠିକ୍‌ କରିଦେବ ବୋଲି କହିଥିଲେ। ଏହାପରେ ମୁଁ ସ୍ୱାମୀ ଓ ଦିଅର ଓ ମୋର ଯାଆଙ୍କ ସହିତ ତାନ୍ତ୍ରିକ ପାଖକୁ ଯାଇଥିଲି। ସେଠାରେ ବାହାରେ ସ୍ୱାମୀ ରହିଥିଲା ବେଳେ ଭିତରକୁ ଦିଅର ଓ ଯାଆଙ୍କ ସହିତ ମୁଁ ତାନ୍ତ୍ରିକ ପାଖକୁ ଯାଇଥିଲି। ସେ ମୋତେ ଦେଖି ୧୫ବର୍ଷ ହେବ ମୋ ଶରୀରରେ ଭୂତର ପ୍ରଭାବ ଅଛି ବୋଲି କହିଥିଲେ। ଏଥିପାଇଁ ମୁଁ ପୋଷାକ ଓହ୍ଲାଇ ୧୫ପାଦ ତାଙ୍କ ସାମ୍ନାରେ ଚାଲିକି ଆସିଲେ ସୁସ୍ଥ ହୋଇଯିବି ବୋଲି ବି କହିଥିଲେ। ତାନ୍ତ୍ରିକ ସାମ୍ନାରେ ଚାଲିକି ଆସିବା ସମୟରେ ମୋତେ ଲଜ୍ଜା ଲାଗିଥିବା ହେତୁ ଯାଆ ମୋତେ ପୋଷାକ ପିନ୍ଧିବାକୁ ଦେଇଥିଲେ। ଏହାପରେ ଉକ୍ତ ତାନ୍ତ୍ରିକଙ୍କ ନାମରେ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲି।

ସମ୍ବନ୍ଧିତ ଖବର