ଭାରତରେ ବଢ଼ୁଛି ମୋମୋ ଚ୍ୟାଲେଞ୍ଜ ଅାମନ୍ତ୍ରଣ , ଏମିତି ନେଉଛି ଲୋକଙ୍କ ଜୀବନ, ଜାଣନ୍ତୁ ଏହି ଖେଳଟି କ’ଣ

କୋଲକତା: ବ୍ଲୁ ହେ୍ଵଲ ଗେମ୍‌ ପରେ ଏବେ ମୋମୋ ଚ୍ୟାଲେଞ୍ଜ ଆସିଛି। ଯାହାକି ଆମେରିକାରୁ ନେଇ ଭାରତ ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ନିଦ ଉଡିଛି। ପଶ୍ଚିମ ବଙ୍ଗର ସିଆଇଡି ମଙ୍ଗଳବାର ସାର୍ବଜନୀନ ନୋଟିସ୍‌ ଜାରି କରି ସଚେତନ କରାଇ କହିଛି, ଯଦି କାହାରିକୁ ମୋମୋ ଚ୍ୟାଲେଞ୍ଜ ଖେଳିବା ପାଇଁ ନିମନ୍ତ୍ରଣ ଆସେ ତେବେ ସେମାନେ ତୁରନ୍ତ  ପୁଲିସ ସହିତ ସମ୍ପର୍କ କରନ୍ତୁ । ଅଜଣାଲୋକଙ୍କଠାରୁ ମୋମୋ ଚ୍ୟାଲେଞ୍ଜ ଭଳି ଘାତକ ଖେଳକୁ ଖେଳିବା ପାଇଁ ନିମନ୍ତ୍ରଣ ମିଳିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିଆଇଡି ଟୁଇଟର ଜରିଆରେ ଏକ ନୋଟିସ୍‌ ଜାରି କରିଛି।  ମୋମୋ ଚ୍ୟାଲେଞ୍ଜ ସୋସିଆଲ ମିଡିଆରେ ଏକ ନୂଆ ଘାତକ ଖେଳ । ସିଆଇଡି ପିଲାମାନଙ୍କ ମାତା-ପିତାଙ୍କୁ ସଚେତନ କରି କହିଛି ପିଲାମାନଙ୍କୁ ଅନ୍‌ଲାଇନ୍‌ ଖେଳ ଖେଳିବାରୁ ଅଟକାନ୍ତୁ। ମୋମୋ ଚ୍ୟାଲେଞ୍ଜ ଏଯାବତ୍‌ ରାଜ୍ୟରେ ଦୁଇଜଣଙ୍କ ଜୀବନ ନେଇ ସାରିଲାଣି।

ମୋମୋ ଖେଳ କ’ଣ ଜାଣନ୍ତୁ
ହ୍ଵାଟସ୍‌ ଆପ୍‌ରେ ଏକ ନମ୍ବର ଭାଇରାଲ ହେଉଛି। ଯାହାକୁ ମୋମୋ ହ୍ଵାଟସ୍‌ଆପ୍‌ କୁହାଯାଉଛି। ଯାହାର କୋର୍ଡ ଜାପାନର ବୋଲି କୁହାଯାଉଛି। ଏହି କଣ୍ଟାକ୍ଟ ନମ୍ବରକୁ ସେଭ୍‌ କରିବା ପରେ ଏକ ବଡ଼ ଆଖି ଥିବା ଯୁବତୀଙ୍କ ଫଟୋ ଆସିବ। ଏହି ଫଟୋ ଦେଖିବାକୁ ବହୁ ଭୟାବହ। କୁହାଯାଉଛି କି ଯିଏବି ଏହି ନମ୍ବରରେ କଥା ହେବ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି।

ସମ୍ବନ୍ଧିତ ଖବର