୫ଲକ୍ଷ ଟଙ୍କାରେ ଦେହ ଦଲାଲ୍‌କୁ ବିକିଲା ମା’, ମୋତେ ବଞ୍ଚାଇ ଦିଅ ବୋଲି କାନ୍ଦି କାନ୍ଦି ପୁଲିସକୁ ଗୁହାରି କଲା ଝିଅ

ଇନ୍ଦୋର : ଇନ୍ଦୋରରେ ଘଟିଛି ଏକ ଦୁଃଖଦ ଘଟଣା । ଟଙ୍କା ଲୋଭରେ ମମତାକୁ ଭୁଲି ଜଣେ ମହିଳା ୫ଲକ୍ଷ ଟଙ୍କାରେ ନିଜ ଯୁବତୀ ଝିଅକୁ ବିକ୍ରି କରିଥିବା ଜଣାପଡ଼ିଛି । ୨୦୧୮ ମାର୍ଚ୍ଚ ୩୧ ତାରିଖରେ ପୀଡ଼ିତାଙ୍କ ମା’ ଗୁଜୁରାଟର ଜଣେ ଦେହ ବ୍ୟବସାୟୀ ଭାବିନ୍‌ ପଟେଲଙ୍କୁ  ୫ ଲକ୍ଷ ଟଙ୍କା ନେଇ ନିଜ ଝିଅକୁ ବିକି ଦେବା ସହ ପଡ଼ୋଶୀଙ୍କୁ ସେ ତାଙ୍କ ଝିଅର ବିବାହ କରି ଦେଇଛନ୍ତି ବୋଲି ଜଣାଇଥିଲେ । ଅନ୍ୟ ପକ୍ଷରେ ଭାବିନ୍‌ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା ବେଳେ ନିଜର ଅନ୍ୟ ସାଥୀମାନଙ୍କ ପାଖକୁ ମଧ୍ୟ ପଠାଉଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ।

Times Higher Education

ଭାବିନ୍‌ଙ୍କ କବଳରୁ ମୁକୁଳି ଆସି ପୁଲିସ ଅଧିକାରୀ ୟୁସୁଫ୍‌ କୁରେସିଙ୍କୁ ନିଜ ଦୁଃଖ କାହାଣୀ ଜଣାଇଥିଲେ ପୀଡ଼ିତା । ତାଙ୍କ ମା’ ଏବଂ ଭାବିନ୍‌ଙ୍କ କବଳରୁ ମୋତେ ବଞ୍ଚାନ୍ତୁ ବୋଲି ପୀଡ଼ିତା କାନ୍ଦି କାନ୍ଦି ପୁଲିସକୁ ଜଣାଇଥିଲେ । ଭାବିନ୍‌ଙ୍କ କବଳରୁ ମୁକୁଳିବା ପରେ କିପରି ତାଙ୍କ ମା’ ପୁଣି ଥରେ ସେଠାକୁ ପଠାଇବା ପାଇଁ ଚେଷ୍ଟା କରିଥିଲେ ସେ କଥା କହି କାନ୍ଦି ପକାଇଥିଲେ ପୀଡ଼ିତା । ପୀଡ଼ିତାଙ୍କ ଠାରୁ ସବୁ ଶୁଣିବା ପରେ ଏସ୍‌ପି ୟୁସୁଫ୍‌ କୁରେସି ପୀଡ଼ିତାଙ୍କ ମା’ ଏବଂ ଭାବିନ୍‌ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର