ଝିଅ ବିବାହ କରିବା ପୂର୍ବରୁ ଜ୍ୱାଇଁ ସହ ଫେରାର ହେଲା ଶାଶୁ, ରେଳ ଧାରଣାରେ ମିଳିଲା ଦୁହିଁଙ୍କ ଶବ
ଗ୍ଵାଲିୟର : ମଧ୍ୟପ୍ରଦେଶରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଝିଅ ବିବାହ କରିବା ପୂର୍ବରୁ ଜ୍ୱାଇଁ ସହ ଶାଶୁ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଫେରାର ହେବା ପରେ କେହି କିଛି ଭାବିବା ପୂର୍ବରୁ ରେଳ ଧାରଣାରେ ଦୁହିଁଙ୍କ ଶବ ମିଳିବା ପରେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ମହିଳାଙ୍କ ବୟସ ୪୦ବର୍ଷ। ବୁଧବାର ମହରାଜପୁର ଅଞ୍ଚଳରେ ରାତି ୮.୩୦ ପାଖାପାଖି ଦୁହିଁଙ୍କ ଶବ ମିଳିଥିଲା । ଘଟଣାର ଦୁଇ ଦିନ ପୂର୍ବରୁ ଦୁହିଁଙ୍କୁ ସେମାନଙ୍କ ପରିବାର ଲୋକ ଘରକୁ ଫେରାଇ ଆଣିଥିବା ବେଳେ ଦୁଇ ଦିନ ପରେ ସେମାନେ ପୁଣି ଘର ଛାଡ଼ି ଚାଲି ଯାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଝିଅର ବର ସହ ଘରୁ ଫେରାର ହେବା ପରେ ବରର ପରିବାର ଏବଂ କନ୍ୟାର ପରିବାର ଲୋକ ମିଶି ଦୁହିଁଙ୍କୁ ଖୋଜିଥିଲେ । କନ୍ୟାର ପରିବାର ଲୋକଙ୍କୁ ଦୁହିଁଙ୍କ ଖବର ମିଳିବା ପରେ ସେମାନେ ବରକୁ ତାଙ୍କ ଘରେ ଛାଡ଼ିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ବରର ପରିବାର ଲୋକେ ପୁଲିସକୁ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଚଳାଇଛି ପୁଲିସ ।