ପ୍ରଥମ ସନ୍ତାନ ପୁଅ ହୋଇଥିବାରୁ ଦ୍ୱିତୀୟଟି ଝିଅ ହେଉ ବୋଲି ଚାହୁଁଥିଲେ ମହିଳା, ଏପରି ନ ହେବାରୁ ୧୦ମାସର ଶିଶୁପୁତ୍ରକୁ ହତ୍ୟା କଲା ମା’

ଓରାଙ୍ଗାବାଦ୍‌ : ମହାରାଷ୍ଟ୍ରର ଓରାଙ୍ଗାବାଦ୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଆଜିକାଲି କିଛି ଲୋକ ପୁଅ ଆଶାରେ କନ୍ୟାଭ୍ରୁଣ ହତ୍ୟା କରୁଥିବା ବେଳେ ମହାରାଷ୍ଟ୍ରରେ ତାହାର ଠିକ୍‌ ବିପରୀତ ଘଟଣା ଘଟିଛି । ଜଣେ ମହିଳା ଶିଶୁକନ୍ୟା ଆଶାରେ ନିଜର ୧୦ମାସର ଶିଶୁପୁତ୍ରକୁ ହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ପରେ ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି । ମହିଳା ଜଣଙ୍କ ଘର ବାହାରେ ଥିବା ଏକ ପାଣି ଡ଼୍ରମ୍‌ ଭିତରେ ନିଜ ୧୦ମାସର ଶିଶୁପୁତ୍ରକୁ ବୁଡ଼ାଇ ହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତ କରିବା ପରେ ସ୍ପଷ୍ଟ ହୋଇଛି ।

Mamamia

ସୂଚନା ମୁତାବକ, ବେଦୀକା ଏରାଣ୍ଡେ ନାମକ ଜଣେ ମହିଳା ରବିବାର ତାଙ୍କ ୧୦ମାସର ପୁଅ ପ୍ରେମ ପରମେଶ୍ୱର ଏରାଣ୍ଡେ ନିଖୋଜ ଥିବାର ଅଭିଯୋଗ କରିଥିଲେ । ତାଙ୍କ ପୁଅକୁ କେହି ଘରୁ ଆସି ଅପହରଣ କରିଥିବା କହି ତଦନ୍ତ କରିବା ପାଇଁ ପୁଲିସକୁ ଗୁହାରି କରିଥିଲେ ବେଦୀକା । ପୁଲିସ ଅଭିଯୋଗ ପାଇବା ପରେ ବେଦୀକାଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ରବିବାର ସଂନ୍ଧ୍ୟାରେ ଘର ବାହାରେ ରଖା ଯାଇଥିବା ପାଣି ଡ଼୍ରମ ଭିତରୁ ପ୍ରେମଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏ ନେଇ ବେଦୀକାଙ୍କୁ ପଚରାଯିବା ପରେ ସେ ସବୁ ସତ ମାନି ଯାଇଥିଲେ । ଏହାର କାରଣ ପଚରାଯିବା ପରେ ସେ କହିଛନ୍ତି, ମୋର ପ୍ରଥମ ସନ୍ତାନ ପୁଅ ହୋଇଥିଲା । ଯେତେବେଳେ ପ୍ରେମ ପେଟ ଭିତରେ ଥିଲା ସେତେବେଳେ ମୁଁ ଝିଅ ହେଉ ବୋଲି ଇଚ୍ଛା କରିଥିଲି । କିନ୍ତୁ ମୋର ପୁଅ ହୋଇଥିଲା । ଯେଉଁଥି ପାଇଁ ମୁଁ ତାକୁ ହତ୍ୟା କରିଛି ।

ସମ୍ବନ୍ଧିତ ଖବର