ଅଶୁଭ ମଣି ୭ ମାସର ଝିଅକୁ ସବୁଦିନ ପାଇଁ ଶୁଆଇଦେଲା ନୃସଂଶ ମାଆ

ନୂଆଦିଲ୍ଲୀ: ନିଜ ଜନ୍ମକଲା ଝିଅକୁ ଅଶୁଭ ମଣି ୭ ମାସର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ ଜଣେ ଅମାନୁଷିକ ମାଆକୁ ଗିରଫ କରିଛି। ଅଗଷ୍ଟ ୨୦ ତାରିଖ ସମୟ ପ୍ରାୟ ସଂଖ୍ୟା ସଢ଼େ ପାଞ୍ଚ ବେଳେ ୭ ମାସର ଶିଶୁ କନ୍ୟାକୁ ନିଜ ମାଆ ହତ୍ୟା କରିଥିବା ସୂଚନା ପୁଲିସ୍‌କୁ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପିଲାଟିକୁ ପାଣି ବାଲତିରେ ବୁଡ଼ାଇ ତା’ର ହତ୍ୟା କରାଯାଇଛି।

ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଲା ଯେ ଶିଶୁଟିର ଶରୀରରେ କ୍ଷତ ଚିହ୍ନ ରହିଥିଲା। ପୁଲିସ୍‌ ଶିଶୁର ମୃତଦେହକୁ ଏମ୍‌ସବୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଗଷ୍ଟ ୨୧ ତାରିଖରେ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବେକରେ ଚାପ ପକାଇବା ହିଁ ଶିଶୁଟିର ମୃତ୍ୟୁର କାରଣ।

ପରବର୍ତ୍ତୀ ମୁହୂର୍ତ୍ତରେ ହଜରତ୍‌ ନିଜାମୁଦ୍ଦିନ୍‌ ପୁଲିସ୍‌ ଷ୍ଟେସନ୍‌ରେ ଏ ନେଇ ଏକ ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ପୁଲିସ୍‌ ଜାରି ରଖିଛି। ପିଲାଟିର ବାପା ଘରୁ ବାହାରି ଯିବା ପରେ ନୃଶଂସ ମାଆ ଏପରି କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର