ଶ୍ରଦ୍ଧାରେ ରାତ୍ରି ଭୋଜନ ଖୁଆଇବା ପରେ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମାଆ

ଗୋରଖପୁର: ଗୋରଖପୁର କ୍ୟାଣ୍ଟନମେଣ୍ଟ  ଥାନା ଅଞ୍ଚଳରେ ଗୁରୁବାର ଜଣେ ମହିଳା ଦୁଇଜଣ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛି।

ମୃତକ ଶଶି ସିଂହ କେଣ୍ଟ ଥାନାସ୍ଥିତ ଝାଡ଼ଖଣ୍ଡି କଲୋନୀରେ ନିଜର ଶାଶୁ,ଶଶୁର ଏବଂ ଦୁଇଟି ଝିଅ ସହିତ ରହୁଥିଲେ। ଶଶୁର ମୁରେଶ ସିଂହ ଜଳସେଚନ ବିଭାଗରେ କାମ କରନ୍ତି।

ମୃତ ମହିଳାଙ୍କ ଦିଅର କହନ୍ତି, ବୁଧବାର ରାତି ଯାଏଁ ସବୁକିଛି ଠିକ ଥିଲା। ଭାଉଜ ରାତି ଭୋଜନରେ ଛୋଲେ ବନାଇ ଥିଲେ। ସମସ୍ତେ ମିଶି ଆମେ ଖାଇଥିଲୁ। ସବୁଦିନ ଭାଉଜ ବିଳମ୍ବରେ କାମ ସାରି ଶୋଇବାକୁ ଯାଆନ୍ତି। କିନ୍ତୁ ସେଦିନ ଦୁଇ ଝିଅଙ୍କୁ ଖୁଆଇବା ସଙ୍ଗେସଙ୍ଗେ ଶୋଇବାକୁ ଚାଲି ଯାଇଥିଲେ। ଆମେ ଭାବିଲୁ ବୋଧ ହୁଏ ତାଙ୍କ ଦେହ ଅସୁସ୍ଥ ଥିବ ସେଥିପାଇଁ ଶୀଘ୍ର ଶୋଇବାକୁ ଚାଲି ଯାଇଛନ୍ତି। ମୋର ଭାଇ ସନ୍ତୋଷଙ୍କ ଦୁଇବର୍ଷ ପୂର୍ବେ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଯାଇଥିଲା । ଭାଇର ମୃତ୍ୟୁପରଠାରୁ ଭାଉଜ ପୁରା ବଦଳି ଯାଇଥିଲେ। କାହା ସହିତ ବେଶୀ କଥାବର୍ତ୍ତା ହେଉ ନଥିଲେ। ଯିଏ ଯେତିକି ପଚାରନ୍ତି ସେତିକି ହିଁ କହନ୍ତି। ଏମତି ଏକ ନିଷ୍ପତ୍ତି ନେଇଯିବେ ବୋଲି ଆମେ କେବେ ଭାବି ନଥିଲୁ।

ଯାଞ୍ଚ ରିପୋର୍ଟ ମୁତାବକ, ମହିଳା ପ୍ରଥମେ ଦୁଇ ଝିଅଙ୍କ ଗଳା ଦବାଇ ହତ୍ୟା କରିବା ପରେ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।

ମୃତ ମହିଳାଙ୍କ ଶାଶୁ କହନ୍ତି, ବୋହୂ ପ୍ରତିଦିନ ସକାଳୁ ଶୀଘ୍ର ଉଠିଯାଏ, କିନ୍ତୁ ଗୁରୁବାର ସେ ବହୁ ସମୟ ପର୍ଯ୍ୟନ୍ତ ନଉଠିବାରୁ ମୁଁ କବାଟ ବାଡେଇ ଥିଲି ଓ ଡାକ ପକାଇଥିଲି। ଭାବିଲି ବୋଧ ହୁଏ ନିଦ ଲାଗି ଯାଇଛି ସେଥିପାଇଁ ଶୁଣୁ ନାହିଁ। ଏହାପରେ ପୁଣି ଡାକିଲି ସନ୍ଦେହ ହେବାରୁ ପଡୋଶୀଙ୍କୁ ଡାକି କବାଟ ଭାଙ୍ଗି ଥିଲି, ଭିତରେ ଦୁଇ ନାତୁଣୀ ବିଛଣାରେ ପଡ଼ିଥିଲା ବେଳେ ବୋହୂ ଫଙ୍ଗାରେ ଝୁଲୁଥିଲା।

ସମ୍ବନ୍ଧିତ ଖବର