ତିନ୍‌ ତଲାକ୍‌ ଦେବା ପରେ ସ୍ତ୍ରୀକୁ ମାସେ ପର୍ଯ୍ୟନ୍ତ ଘରେ ବନ୍ଦ କରି ରଖଲା ସ୍ୱାମୀ, ଭୋକିଲା ସ୍ତ୍ରୀ ଶେଷରେ ପ୍ରାଣ ହରାଇଲା

ବରେଲି : ସୁପ୍ରିମକୋର୍ଟ ତିନ୍‌ ତଲାକକୁ ନିଷିଦ୍ଧ କରିବା ପରେ ବି ଏହାର ପ୍ରୟୋଗ ଦେଖିବାକୁ ମିଳୁଛି। ଉତ୍ତର ପ୍ରଦେଶା ବରେଲିରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ସାମାନ୍ୟ କାରଣ ଲାଗି ନିଜ ସ୍ତ୍ରୀକୁ ତିନ୍‌ ତଲାକ୍‌ ଦେବା ପରେ ଗୋଟେ ଘରେ ବନ୍ଦ କରି ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ, ମାସେ ପର୍ଯ୍ୟନ୍ତ ସ୍ତ୍ରୀକୁ ଖାଇବାକୁ ଦେଇ ନ ଥିବାରୁ ପୀଡ଼ିତାଜଣକ ମଙ୍ଗଳବାର ଡ଼ାକ୍ତରଖାନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ମଧ୍ୟ ପୁଲିସ କୌଣସି ଏତଲା ରୁଜୁ କରି ନ ଥିବା ଅଭିଯୋଗ ହୋଇଛି ।

Dailyhunt

ଏହି ଘଟଣା ସଂପର୍କରେ ପୀଡ଼ିତା ରାଜିଆଙ୍କ ଭଉଣୀ ଦେଇଥିବା ସୂଚନା ମୁତାବକ, ‘ରାଜିଆଙ୍କ ସ୍ୱାମୀ ତାଙ୍କୁ ବିବାହ କରିବା ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ । ଯାହାଙ୍କୁ ସେ ରଜିଆଙ୍କ ଭଳି ପ୍ରତାରିତ କରି ଛାଡ଼ି ଦେଇଥିଲେ । ବିବାହ ପରେ ଯୌତୁକ ଆଣିବା ପାଇଁ ବାଧ୍ୟ କରିଥିଲେ ମାତ୍ର ରାଜିଆ ତାଙ୍କ କଥା ମାନି ନ ଥିଲେ । ଯେଉଁଥି ପାଇଁ ସେ ଫୋନ ଯୋଗେ ରାଜିଆଙ୍କୁ ତଲାକ୍‌ ଦେବା ସହ ଗୋଟେ ଘରେ ବନ୍ଦ କରି ରଖିଥିଲେ । ମାସେ ପରେ ସେ ରାଜିଆଙ୍କୁ ଜଣେ ସଂପର୍କିୟଙ୍କ ଘରେ ଛାଡ଼ିବା ପରେ ମୋତେ ଘଟଣା ଜଣା ପଡ଼ିଥିଲା । ଏହାପରେ ମୁଁ ତାଙ୍କୁ ନେଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲି । କିନ୍ତୁ ସେତେବେଳକୁ ତାଙ୍କ ଅବସ୍ଥା ପୂରା ଖରାପ ହୋଇ ଯାଇଥିବାରୁ ତାଙ୍କୁ ଜୀବିତ ରଖାଯାଇ ପାରି ନଥିଲା।’

ସମ୍ବନ୍ଧିତ ଖବର