ହୋମ୍‌ଓ୍ଵାର୍କ ଖାତାରୁ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଜାଣି ମା’ ସ୍ଥାଣୁ ପାଲଟିଗଲେ

ଅମରେଲି: ଗୁଜୁରାଟର ଅମରେଲିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଝିଅ ହୋମଓ୍ଵାର୍କ ବାହାନାରେ ସୁସାଇଡ ନୋଟ ଲେଖୁଥିବା ଦେଖି ମା’ ସ୍ତବ୍ଧ ହୋଇଯାଇଥିଲେ। ତେବେ ଏହାକୁ ନେଇ ଯେଉଁ ଘଟଣା ଉପରୁ ଫରଦା ଉଠିଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଝିଅ ହୋମଓ୍ଵାର୍କ କରୁଥିଲା। ଏହି ସମୟରେ ମା’ ଝିଅ ପାଖକୁ ଆସୁଥିଲେ, କିଛି ସମୟ ବସିବା ପରେ ପୁଣି କାମ କରିବାକୁ ଚାଲି ଯାଉଥିଲେ। ଏତିକି ବେଳେ ମା’ ଅନୁଭବ କଲେ କି ସେ ଯେମିତି ହିଁ ଝିଅ ପାଖକୁ ଆସୁଛନ୍ତିତାର ଚେହେରା ସ୍ୱଭାବରେ କିଛି ପରିବର୍ତ୍ତନ ହେଉଛି, ସେ କିଛି ଲୁଚାଇବାକୁ ଚାହୁଁଛି। ଏହାପରେ ଝିଅର ହୋମଓ୍ଵାର୍କ ଖାତାକୁ ମା’ ଆଣିଥିଲେ। ଏବଂ ସେଥିରେ ଯାହା ଲେଖାଥିଲା ମା’ ତାକୁ ପଡ଼ି ପୂରାପୂରି ସ୍ଥାଣୁ ପାଲଟି ଯାଇଥିଲେ। ଏଥିରେ ଝିଅ ତା’ ସହିତ ହୋଇଥିବା ଦୁଷ୍କର୍ମ ଘଟଣାକୁ ବିସ୍ତାର ଭାବେ ଲେଖିଥିଲା।

ନାବାଳିକ ମୁତାବକ, ସମ୍ପର୍କୀୟ ଭାଇ ଓ ତାର ସାଙ୍ଗମାନେ ଚଳନ୍ତା ଗାଡ଼ିରେ ତା’ ସହିତ ଦୁଷ୍କର୍ମ କରିଥିଲେ। ତେଣୁ ସେ ଭିତରୁ ପୂରାପୂରି ଭାଙ୍ଗି ପଡ଼ିବା ପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର