ମାଆ ସେଲଫି ନେଉ ନେଉ କାଖରୁ ଖସି ପଡ଼ିଲା ୧୦ମାସର ଝିଅ, ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର ! ଦେଖନ୍ତୁ ଭିଡିଓ

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ସପିଙ୍ଗ ମଲକୁ ଏକ ଦମ୍ପତ୍ତି ନିଜ ୧୦ମାସର ଝିଅକୁ ନେଇ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ଥିବା ଏସ୍କେଲେଟରରେ ସେମାନେ ସେଲଫି ନେଇଥିଲେ। ଏହା ପରେ ଯେତେବେଳେ ମହିଳାଜଣକ ଗୋଟିଏ ହାତରେ ମୋବାଇଲ ଧରି ସେଲଫି ନେଉଥିଲେ, ଅନ୍ୟ ହାତରେ କାଖ ହୋଇଥିବା ଝିଅ ତଳେ ଖସିପଡିଥିଲା । ଝିଅକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ଝିଅଟିକୁ ମୃତ ଘୋଷଣା କରିଥିଲେ ।

ପୁଲିସ ସୂଚନା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭାବେ ଏକ ଦୁର୍ଘଟଣା ଅଟେ । ଝିଅଟିର ପରିବାରବର୍ଗ ମଧ୍ୟ ପୁଲିସର କୌଣସି ପ୍ରକାର ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି । ତେବେ ପୁଲିସ ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତ। ଠିକ ଏହି ପରି ଅନ୍ୟ ଏକ ମାମଲାରେ ଜଣେ ଛଅ ମାସର ଶିଶୁ ଦ୍ୱିତୀୟ ମହଲାରୁ ଖସି ପଡିବାରୁ ତାର ମୃତ୍ୟୁ ହୋଇଥିଲା । ଶିଶୁଟିର ବାପା-ମା’ ମୁମ୍ବାଇର ଏକ ବିବାହ କାର୍ଯ୍ୟକ୍ରମକୁ ଶିଶୁକୁ ନେଇ ଆସିଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର