ଅସୁସ୍ଥ ନବଜାତ ଶିଶୁକୁ ୪ ମହଲାରୁ ଫିଙ୍ଗି ହତ୍ୟା କଲା ମା’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି(କେଜିଏମ୍ୟୁ)ଟ୍ରମା ସେଣ୍ଟରରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। କୁହାଯାଏ ମା’ ଶିଶୁର ସୁରକ୍ଷା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଏପରି କ୍ଷେତ୍ରରେ ଯଦି ସନ୍ତାନ ଶରୀର ଅସୁସ୍ଥ ହୋଇପଡେ ସେ ତାକୁ ସୁସ୍ଥ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ। କିନ୍ତୁ ନିକଟରେ ଏକ ଓଲଟା ଘଟଣା ଦେଖିବାକୁ ମିଳିଛି।

ନବଜାତ ଶିଶୁ ରୋଗରେ ପୀଡିତ ଥିବା ହେତୁ ମା’ ତାର ଜୀବନ ନେବାକୁ ବି ପଛାଇ ନାହିଁ। ତେବେ ଜନ୍ମରୁ ପିଲାଟି ରୋଗୀଣା ଥିଲା। ୩ ମାସ ଶିଶୁ ପୁତ୍ର ଯକୃତ ଜନିତ ସମସ୍ୟା ଓ କାମଳ ରୋଗରେ ପୀଡିତ ଥିଲା। ତେଣୁ ତାର ଜନ୍ମରୁ ଚିକିତ୍ସା ଚାଲିଥିଲା। କିନ୍ତୁ ଚିିକିତ୍ସା ପରେ ବି ଶିଶୁର ସ୍ୱାସ୍ଥ୍ୟରେ କିଛି ବି ସୁଧାର ଆସି ନଥିଲା। ଫଳରେ ମା’ ଏଥିରେ ବିରକ୍ତ ହୋଇ କେହି କିଛି ବୁଝିବା ପୂର୍ବରୁ ଶିଶୁକୁ ୪ ମହଲା କୋଠାରୁ ତଳକୁ ଫୋପାଡି ଦେଇଥିଲା। ଆଉ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ଶିଶୁର ପିତା କହିଛନ୍ତି।

 

ଏଏସ୍ପି ବିକାଶ ଚନ୍ଦ୍ର ତ୍ରିପାଠୀ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି`

 

ସମ୍ବନ୍ଧିତ ଖବର