ଫେସ୍‌ବୁକ୍‌ରେ ଯୁବତୀ ବ୍ଲକ୍‌ କରିବା ପରେ ରାଗରେ ନିଜ ସାଙ୍ଗକୁ ହତ୍ୟା କଲା ଯୁବକ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାର ସମାଧାନ କରିଛି ପୁଲିସ । ଅଜୟ ଦୁବେ ନାମକ ଜନୈକ ଯୁବକର ମୃତ ହେଦ ମିଳିଥିବା ବେଳେ ତାଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ସେ ନେଇ ତଦନ୍ତ ଚଳାଇଥିଲା ପୁଲିସ । କିଛି ଦିନର ତଦନ୍ତ ପରେ ଏବେ ପ୍ରକୃତ ଅଭିଯୁକ୍ତ ପାଖରେ ପୁଲିସ ପହଞ୍ଚି ପାରିଛି । ଅଜୟଙ୍କୁ ତାଙ୍କ ସହ ସହ ରହୁଥିବା ସାଙ୍ଗ ହିଁ ହତ୍ୟା କରିଥିବା ପୁଲିସ କହିଛି । ଫେସ୍‌ବୁକ୍‌ରେ ଅଜୟଙ୍କ ସହ ସାଙ୍ଗ ଥିବା ଯୁବତୀ ଫେସ୍‌ବୁକ୍‌ରେ ଅଜୟଙ୍କ ସାଙ୍ଗ ଅଭିଯୁକ୍ତ ରିତେଶଙ୍କୁ ବ୍ଲକ୍‌ କରିବା ପରେ ଅଭିଯୁକ୍ତ ଏଭଳି ପଦକ୍ଷପ ନେଇଥିବା କହିଛି ପୁଲିସ । ଅଭିଯୁକ୍ତ ଅଜୟଙ୍କୁ ଦେଖା କରିବାକୁ ଡ଼ାକିବା ପରେ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ବୋଲି ସୂଚନା ଦେଇଛି ପୁଲିସ ।

Daily Express

ସୂଚନା ମୁତାବକ, ଘଟଣାଟି ଜାନୁଆରି ୬ରେ ଭୋପାଳରେ ଘଟିଥିଲା । ଖୁରଇରେ ରହୁଥିବା ଅଜୟ ଭୋପାଲର ବୀମାକୁଞ୍ଜ ଅଞ୍ଚଳରେ ନିଜ ସାଙ୍ଗ ରିତେଶଙ୍କ ସହ ରହୁଥିଲେ । ଅଜୟ ସେଠାରେ ରହି ଉଚ୍ଚ ଶିକ୍ଷା ଲାଭ କରିବା ସହ ସବ୍‌-ଇନ୍ସପେକ୍ଟର ପାଇଁ ପଢ଼ା ପଢ଼ି କରୁଥିଲେ । ଦିନେ ରିତେଶ ଅଜୟଙ୍କ ଫେସ୍‌ବୁକ୍‌ରେ ସାଙ୍ଗ ଥିବା ଜଣେ ଯୁବତୀଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ଯୁବତୀଜଣଙ୍କ ରିତେଶଙ୍କ ସହ ସାଙ୍ଗ ହେବା ପରେ ରିତେଶ ଯୁବତୀଙ୍କୁ ଖରାପ ମେସେଜ ପଠାଇବା ଆରମ୍ଭ କରିଥିଲେ । ଯାହା ପରେ ରାଗରେ ଯୁବତୀ ରିତେଶଙ୍କୁ ବ୍ଲକ୍‌ କରି ଦେଇଥିଲେ । ପରେ ଯୁବତୀଜଣଙ୍କ ଅଜୟଙ୍କ ସହ କଥା ହେଉଥିବା ଜାଣି ରିତେଶ ଅଜୟଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ । ଯାହା ପରେ ଅଜୟ ରିତେଶଙ୍କ ସହ କଥା ହେବା ବନ୍ଦ କରିବା ସହ ତାଙ୍କୁ ବ୍ଲକ୍‌ କରି ଦେଇଥିଲେ । ଏଥିରେ ରିତେଶ ରାଗି ଯାଇ ଅଜୟଙ୍କ ପାଇଁ ଯୁବତୀ ତାଙ୍କୁ ବ୍ଲକ୍‌ କରିଥିବା ଭାବି ସେ ଅଜୟଙ୍କୁ ଜାନୁଆରି ୬ରେ ହତ୍ୟା କରିଥିଲେ । ଏବେ ପୁଲିସ ରିତେଶକୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର