୬ ବର୍ଷିୟ ଶିଶୁ ସହ ଦୁଷ୍କର୍ମ ମାମଲା : ୩୭ଦିନ ଭିତରେ ବିଚାର କରି ଫାଶୀ ଦଣ୍ଡ ଶୁଣାଇଲା ଅଦାଲତ

ଗ୍ଵାଲିୟର : ମଧ୍ୟପ୍ରଦେଶରେ ଗ୍ଵାଲିୟରରେ ୩୭ଦିନ ପୂର୍ବେ ୬ବର୍ଷର ଶିଶୁ ସହ ଦୁଷ୍କର୍ମ କରାଯିବା ସହ ହତ୍ୟା କରି ଦିଆଯାଇଥିଲା । ଆଗରୁ ଦୁଷ୍କର୍ମ ମାମଲାରେ ଦଣ୍ଡ ଶୁଣାଣି ପାଇଁ ବର୍ଷ ବର୍ଷ ସମୟ ଲାଗୁଥିବା ବେଳେ ଏହି ମାମଲାରେ ୩୭ଦିନ ମଧ୍ୟରେ ଅଦାଲତ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର ଲୋକେ ଅଦାଲତର ଏହି ରାୟକୁ ନେଇ ଖୁସୀ ଥିବା ବେଳେ ଲୋକମାନେ ଅଦାଲତର ରାୟକୁ ପ୍ରଶଂସା କରିଥିବା ଦେଖାଯାଇଛି ।

Latest Breaking News

ଦୁଷ୍କର୍ମକାରୀ ଜଣକ ଜିତେନ୍ଦ୍ର କୁଶବାହା ବୋଲି ଚିହ୍ନଟ କରାଯାଇଥିବା ବେଳେ ବିଚାରପତି ସଙ୍ଗୀତା ସିଂହ ଏହି ରାୟ ଶୁଣାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଜୁନ୍‌ ୨୧ରେ ଜିତେନ୍ଦ୍ର ପୀଡ଼ିତାଙ୍କୁ ଚକୋଲେଟ୍‌ର ବାହାନାରେ ଏକ ଜନଶୂନ୍ୟ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଧରା ପଡ଼ିଯିବା ଡ଼ରରେ ପୀଡ଼ିତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ପଠାଇଥିଲା । ଏହି ମାମଲାଟି ଫାଷ୍ଟଟ୍ରାକ୍‌ କୋର୍ଟରେ ଚାଲିଥିବା ବେଳେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର