ଦୁଷ୍କର୍ମ ପୀଡ଼ିତାଙ୍କ କରୁଣ କାହାଣୀ: ଦୁଷ୍କର୍ମର ଶିକାର ହେବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ମୃତ ସ୍ୱାମୀର ଶବ ଧରି ୧୦୦କିଲୋମିଟର ବୁଲିଲେ

ଭୋପାଲ : ମଧ୍ୟପ୍ରଦେଶର ଭୋପାଳରେ ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ କରୁଣ କାହାଣୀ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି । ସ୍ୱାମୀର ସାଙ୍ଗମାନେ ବିଶ୍ୱାସରେ ବିଷ ଦେଇ ପ୍ରଥମେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କ ସ୍ୱାମୀକୁ ହତ୍ୟା କରିଥିଲେ । ଏଭଳି ଅପରାଧ ପରେ ସ୍ୱାମୀଙ୍କ ଶବ ବ୍ୟବଚ୍ଛେଦ ଓ ନିଜର ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତା ୧୦୦କିଲୋମିଟର ବୁଲିଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ତାଙ୍କୁ ଗୋଟେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ିଥିଲା ବୋଲି ଜଣା ପଡ଼ିଛି । ଏହି ଘଟଣାର ଖବର ପାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

Image result for mp-with-no-doctors-at-health-centres-gang-rape-survivor-forced-to-carry-husbands-body-for-autopsy
Mid-Day

ସୂଚନା ମୁତାବକ, ଦୀପାବଳି ପରଦିନ ଦୁଇ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ସ୍ୱାମୀ ମଦ ପିଇବା ପାଇଁ ଘରକୁ ଡ଼ାକିଥିଲେ । ମଦ ପିଇବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବାରୁ ତାଙ୍କ ସ୍ୱାମୀ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ । ଯାହା ପାଇଁ ତାଙ୍କୁ ଦୁଇ ଅଭିଯୁକ୍ତ ହତ୍ୟା କରିଥିଲେ ବୋଲି ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ଓ ତାଙ୍କ ସ୍ୱାମୀଙ୍କୁ ଟ୍ରାକ୍ଟର-ଟ୍ରଲି ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା । ସେଠାରେ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଡାକ୍ତର ନ ଆସିବାରୁ ପୀଡ଼ିତାଙ୍କୁ ଅନ୍ୟ ୩-୪ଟି ଡାକ୍ତରଖାନା ଯିବାକୁ ପଡ଼ିଥିଲା । ପ୍ରାୟ ୧୦୦କିଲୋମିଟର ମୃତ ସ୍ୱାମୀକୁ ଧରି ବୁଲିବା ପରେ ସଂନ୍ଧ୍ୟା ୫ଟା ୩୦ମିନିଟ୍‌ରେ ଲଟେରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପହଞ୍ଚିଥିଲେ । ଯାହା ପରେ ଶବ ବ୍ୟବଚ୍ଛେଦ ସହ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ।

ସମ୍ବନ୍ଧିତ ଖବର