ବିବାହିତ ହୋଇ ମଧ୍ୟ ଅଭିନେତ୍ରୀଙ୍କ ସହ ପ୍ରେମର ନାଟକ, ଇଚ୍ଛା ବିରୋଧରେ ରଖୁଥିଲେ ଶାରୀରିକ ସଂପର୍କ, ସବୁ ଜାଣି ଦୁଷ୍କର୍ମର ଅଭିଯୋଗ ଆଣିଲେ ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଅଭିନେତ୍ରୀ-ମଡେଲ ଦୁଷ୍କର୍ମର ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୧୫ରେ ନୋଏଡାରେ ରହୁଥିବା ନିଜ ପୂର୍ବ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ କରିବା ପରେ ପ୍ରେମିକର ଠିକଣା ଖୋଜିବା ଆରମ୍ଭ କରିଛି ପୁଲିସ ।

The Hush Post

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ରେ ଏକ ସୁଟିଂ ସମୟରେ ତାଙ୍କର ଅଭିଯୁକ୍ତ ସହ ଦେଖା ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ଅଭିଯୁକ୍ତ ପୀଡ଼ିତାଙ୍କୁ ଦେଖା କରିବା ପାଇଁ ଅନେକ ସମୟରେ ମୁମ୍ବାଇ ଯିବା ଆସିବା କରୁଥିଲେ । କିନ୍ତୁ ଅଭିଯୁକ୍ତ ପୂର୍ବରୁ ବିବାହିତ ବୋଲି ଜାଣି ନଥିଲେ ପୀଡ଼ିତା । ବିବାହିତ ହୋଇ ମଧ୍ୟ ଅଭିଯୁକ୍ତ ବିବାହ କରିବାର ପ୍ରତିଶ୍ରୁତି ଦେବା ସହ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଧିରେ ଧିରେ ବାହାରକୁ ଯିବାକୁ ମନା କରିବା ସହ ଅଭିନେତାଙ୍କ ସହ କାମ କରିବାକୁ ମନା କରିଥିଲେ ଅଭିଯୁକ୍ତ । ପୀଡ଼ିତା ନ ଶୁଣିଲେ ତାଙ୍କୁ ମାଡ଼ ମାରିବା ସହ ଗାଳି ମଧ୍ୟ ଦେଉଥିଲେ । ତେବେ ଏ ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର