ଏନ୯୫ ମାସ୍କ କିଣିବାକୁ ଯାଇ ଠକାମିର ଶିକାର ହେଲେ ବ୍ୟବସାୟୀ, ମିଛ କହି ୨.୯୩ଲକ୍ଷ ଟଙ୍କା ନେଇଗଲା ଚୋର

ମୁମ୍ବାଇ: ପୂର୍ବରୁ ଅନେକ ଅନଲାଇନ ଠକେଇ ଘଟଣା ସାମ୍ନାକୁ ଆସିଛି | ବିଶେଷ କରି ଲକଡାଉନ ଘୋଷଣା ହେବା ପରେ ଲୋକ ଘରେ ରହିବା ପାଇଁ ବାଧ୍ୟ ହେଉଥିବାରୁ ଜରୁରୀ ଜିନିଷ କିଣିବା ପାଇଁ ଅନଲାଇନ ସାଇଟ ଉପରେ ଭରସା କରୁଛନ୍ତି | ଏଭଳି ପରିସ୍ଥିତିରେ ସାଇବର ଚୋର ଅଧିକ ସକ୍ରିୟ ହେଉଥିବା ବେଳେ ଲୋକଙ୍କୁ ଠକି ତାଙ୍କ ଠାରୁ ତାଙ୍କ ଲୁଟି ନେଉଥିବା ଦେଖାଯାଉଛି | ସେଭଳି ଏକ ଘଟଣା ଘଟିଛି ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସହ | ଅନଲାଇନ ଏନ୯୫ ମାସ୍କ କିଣିବା ପାଇଁ ଚେଷ୍ଟା କରି ପୀଡିତ ୨.୯୩ଲକ୍ଷ ଟଙ୍କା ହରାଇଥିବା ଜଣା ପଡିଛି | ଘଟଣାକୁ ନେଇ ଅଭଯୋଗ ହେବା ପରେ ପୁଲିସ ଅଭିଯୁକ୍ତର ଆକାଉଣ୍ଟକୁ ଅଚଳ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି |

Cyber Criminals Have Turned Social Media Cyber Crime Into a $3 ...
CPO Magazine

ପୀଡିତଙ୍କ ଅଭିଯୋଗ ମୁତାବକ, ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଖି ପୀଡିତ ମେସେଞ୍ଜର ସାହାଯ୍ୟରେ ଅଭିଯୁକ୍ତ ସହ ଯୋଗାଯୋଗ କରିଥିଲେ | ରାଇଗଡ଼ରେ ମାସ୍କ ଉତ୍ପାଦନ କମ୍ପାନୀ ଥିବା ପୀଡିତଙ୍କୁ କହିଥିଲା ଅଭିଯୁକ୍ତ | ଏହା ପରେ ଅଭିଯୁକ୍ତ ୨ଲକ୍ଷ ଏନ୯୫ ମାସ୍କ କିଣିବାକୁ ଚାହୁଁଥିବା କହିଥିଲେ | ମୋ ପାଖରେ ୨ଲକ୍ଷ ଏନ୯୫ ମାସ୍କ ନାହିଁ, ଏବେ ୧ଲକ୍ଷ ଏନ୯୫ ମାସ୍କ ଅଛି, ଯଦି ନେବ ତାହେଲେ ଏବେ ଟଙ୍କା ଦେଇ ବୁକ କର | ନେହେଲେ ମୁଁ ଅନ୍ୟକୁ ବିକ୍ରି କରିଦେବି ବୋଲି କହିଥିଲା ଅଭିଯୁକ୍ତ |

ପୀଡିତ ୧ଲକ୍ଷ ଏନ୯୫ ମାସ୍କ କିଣିବା ପାଇଁ ରାଜିହେବା ପରେ ମାସ୍କର ମୂଲ୍ୟ ୧.୬୨କୋଟି ଟଙ୍କାଦେବାକୁ କହିଥିଲା ଅଭିଯୁକ୍ତ | କିନ୍ତୁ ପୀଡିତ ପ୍ରଥମେ ୨.୯୩ଲକ୍ଷ ଟଙ୍କା ଦେବେ ଏବଂ ଜିନିଷ ପାଇବା ପରେ ପୂରା ଟଙ୍କା ଦେବେ ବୋଲି କହିଥିଲେ | ମେ ୧୨ରେ ପୀଡିତ ଟଙ୍କା ଦେବା ପରେ ଅଭିଯୁକ୍ତ ଅର୍ଡର ଦେବା ପାଇଁ ବିଳମ୍ବ କରିଥିଲା | ଏ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ଅଭିଯୁକ୍ତ ନେଇଥିବା ଟଙ୍କା ଫେରାଇଦେବି ବୋଲି କହିଥିଲା | କିନ୍ତୁ ଦିନ ପରେ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତ ଟଙ୍କା ଫେରାଇ ନଥିଲା | ବାରମ୍ବାର ଚେଷ୍ଟା ପରେ ବି ଅଭିଯୁକ୍ତ ଟଙ୍କା ନଦେବାରୁ ପୀଡିତ ପୁଲିସରେ ଅଭିଯୋଗ କରିଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର