ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରି ତାଙ୍କର ଅଶାଳୀନ ଭିଡିଓ ଭାଇରାଲ କଲେ ଡାକ୍ତର, ଗିରଫ କଲା ପୁଲିସ

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଜଣେ ୫୮ବର୍ଷୀୟ ଡାକ୍ତର ଦୁଷ୍କର୍ମ ଭଳି ଅପରାଧ କରିବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ତାଙ୍କ ପାଖକୁ ଆସିଥିବା ଜଣେ ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରିବା ଓ ତାଙ୍କର ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ ମେଘଓ୍ଵାଡ଼ି ପୁଲିସ ଷ୍ଟେସନରେ ଏତଲା ରୁଜୁ କରାଯାଇଥିବା ବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

Image result for arrest
IndiaFilings

ପୁଲିସର ସୂଚନା ମୁତାବକ, ୨୦୧୫ରେ ପୀଡ଼ିତା ନିଜର ପାଇଲ୍‌ସର ସମସ୍ୟା ନେଇ ଅଭିଯୁକ୍ତ ଡାକ୍ତର ବଂଶରାଜ ଦ୍ୱିବେଦୀଙ୍କ ପାଖରେ ପହଞ୍ଚିଥିଲେ । ଦ୍ୱିତୀୟ ଥର ଡାକ୍ତରଙ୍କ ପାଖକୁ ଯିବା ପରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ନିଶା ଦେଇ ତାଙ୍କର ଅଶାଳୀନ ଭିଡିଓ ତିଆରି କରିଥିଲେ । ପରେ ସେହି ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଡାକ୍ତର । ଗତ ବର୍ଷ ପର୍ଯ୍ୟନ୍ତ ଡାକ୍ତର ପୀଡ଼ିତାଙ୍କୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ବିବାହ ପରେ ପୀଡ଼ିତା ଫୋନ ଉଠାଇବା ବନ୍ଦ କରି ଦେବାରୁ ଅଭିଯୁକ୍ତ ତାଙ୍କର ଭିଡିଓ ଭାଇରାଲ କରି ଦେଇଥିଲେ । ପୀଡ଼ିତାଙ୍କ ସ୍ୱାମୀ ଭିଡିଓ ଦେଖି ପୂରା ଘଟଣା ଜାଣିବା ପରେ ପୁଲିସରେ ଡାକ୍ତର ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର