ବ୍ଲାକ୍ମେଲିଂର ଶିକାର ହେଲେ ଫିଲ୍ମ ନିର୍ମାତାଙ୍କ ବାପା, ନକଲି ପର୍ଣ୍ଣ ଭିଡିଓ ତିଆରି କରି ୨୫କୋଟି ମାଗିଲେ ମାଗିଲେ ଅସାମଜିକ ଗୋଷ୍ଠୀ
ମୁମ୍ବାଇ : ମୁମ୍ବାଇରେ ଜଣେ ଫିଲ୍ମ ନିର୍ମାତାଙ୍କ ବାପା ବ୍ଲାକ୍ମେଲିଂର ଶିକାର ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ଅସାମାଜିକ ଗୋଷ୍ଠୀ ବୃଦ୍ଧଙ୍କ ନକଲି ପର୍ଣ୍ଣ ଭିଡିଓ ତିଆରି କରି ତାଙ୍କୁ ବ୍ଲାକ୍ମେଲ କରିବା ସହ ୨୫କୋଟି ଟଙ୍କା ମାଗିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଗ୍ୟାଙ୍ଗ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୋଗ ଆଣିଥିବା ୬୮ବର୍ଷୀୟ ବୃଦ୍ଧାଙ୍କ ନାଁ ହେଉଛି ଧନ୍ରାଜ ସିନ୍ଧି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଧନ୍ରାଜ୍ଙ୍କ ଶରୀରରେ ଯନ୍ତ୍ରଣା ଲାଗି ରହିଥିବାରୁ ଡ଼ାକ୍ତର ତାଙ୍କୁ ମସାଜ ଥେରାପିଷ୍ଟଙ୍କ ପାଖକୁ ଯିବା ପାଇଁ କହିଥିଲେ । ଯାହା ପରେ ତାଙ୍କ ପୁଅ ଅନୀଲ ଭଲ ମସାଜ ଥେରାପିଷ୍ଟଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ । ଏ ବିଷୟରେ ଖବର ପାଇ ବ୍ଲାକମେଲିଂ ଗ୍ୟାଙ୍ଗର ଜଣେ ସଦସ୍ୟ ଲକି ମିଶା ଅନୀଲଙ୍କୁ ସଂପର୍କ କରିଥିଲେ । ଯାହା ପରେ ମିଶା ଅନୀଲଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ମସାଜ ଦେବା ଆରମ୍ଭ କରିଥିଲେ। ଡିସେମ୍ବର ୨୦୧୮ରେ ଧନ୍ଲାଜ୍ଙ୍କ ମସାଜ ସେସନ୍ ସରିଯିବାରୁ ଲକି ଘରକୁ ଆସିବା ବନ୍ଦ କରି ଦେଇଥିଲେ ।
କିନ୍ତୁ ଏହାର କିଛି ଦିନ ପରେ ଧନ୍ରାଜ୍ଙ୍କୁ ରାହୁଲ ଶୁକ୍ଲା ନାମକ ଜଣେ ଯୁବକ ଫୋନ କରି, ମୁଁ ୟୁଟ୍ୟୁବ୍ରେ କାମ କରେ ଏବଂ ଆପଣଙ୍କ ପର୍ଣ୍ଣ ଭିଡିଓ ମୋ ପାଖରେ ଅଛି । ଯଦି ମୋତେ ୨୫କୋଟି ଟଙ୍କା ନ ଦିଆଯାଏ, ତେବେ ମୁଁ ଭିଡିଓ ଭାଇରାଲ କରିଦେବି କହି ଧମକ ଦେଇଥିଲେ । ଏ ବିଷୟରେ ଅନୀଲ ଜାଣିବା ପରେ ସିଧା ପୁଲିସରେ ଯାଇ ଅଭିଯୋଗ କରିଥିଲେ । ଯାହା ପରେ ଗ୍ୟାଙ୍ଗ୍କୁ ଟ୍ରାପ୍ କରି ଅମ୍ବୋଲି ପୁଲିସ ଗିରଫ କରିଥିବା ଜଣା ପଡ଼ିଛି ।