ଡିଆଇଜିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ନାବାଳିକା ନିଖୋଜ; ସୁଇସାଇଡ୍ ନୋଟରେ ପରିବାର ପାଇଁ ଲେଖିଛନ୍ତି ଏଭଳି କଥା

ମୁମ୍ବାଇ: ପୁଣେର ଜଣେ ଡିଆଇଜିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବା ପରେ ପୀଡ଼ିତା ନାବାଳିକା ଗତ ସୋମବାର ରାତିରୁ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏ  ନେଇ ତାଙ୍କ ପରିବାରବର୍ଗ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ୍‌ ନୋଟକୁ ବି ଜବତ କରିଛି । ଏଥିରେ ଡିଆଇଜିଙ୍କ ଚାପରେ ନାବାଳିକା ଆତ୍ମହତ୍ୟା କରିଥିବା ଲେଖାହୋଇଛି। ମାତ୍ର ଏ ଯାବତ୍ ପୀଡ଼ିତାଙ୍କ ମୃତଦେହ ମିଳିନାହିଁ। ତେଣୁ ସେ ଆତ୍ମହତ୍ୟା କରିଥିବା ପ୍ରମାଣ ହୋଇପାରିନାହିଁ।

ଡିଆଇଜି ନିଶିକାନ୍ତ ମୋରେ ପୁଣେସ୍ଥିତ ପୁଲିସ ଯାନବାହନ ବିଭାଗରେ କାର୍ଯ୍ୟକରନ୍ତି । ତାଙ୍କ ବିରୋଧରେ ପୀଡ଼ିତା‌ ଅସଦାଚରଣ ଅଭିଯୋଗ ଆଣିଥିଲେ।  ତେବେ ଡିଆଇଜି  ପୀଡ଼ିତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ପୀଡ଼ିତା ଗତ ସୋମବାର ରାତି ୧୧.୩୦ଟାରୁ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି।

Image result for Mumbai girl missing after filing molestation complaint against DIG
India Today

ଘରୁ ଜବତ ହୋଇଥିବା ସୁଇସାଇଡ ନୋଟରେ ପୀଡ଼ିତା ଲେଖିଛନ୍ତି, ‘ସମସ୍ତଙ୍କ ଅପମାନ ପାଇଁ ମୁଁ କ୍ଷମା ମାଗୁଛି, ମୋତେ ଖୋଜିବାକୁ ଚେଷ୍ଟା କରିବ ନାହିଁ। ଯେତେ ଖୋଜିଲେ ବି ମୁଁ ଆଉ ମିଳିବି ନାହିଁ, ମୁଁ ଆଉ ବଞ୍ଚିବି ନାହିଁ। ସେଥିପାଇଁ ମୋର ବିନା ବଞ୍ଚିବା ଶିଖିଯାଅ।’ ପୀଡ଼ିତା ଉକ୍ତ ସୁଇସାଇଡ ନୋଟରେ ଆତ୍ମହତ୍ୟା ପାଇଁ ଡିଆଇଜିଙ୍କୁ ଦୋଷ ଦେଇଥିବା ବି ପୁଲିସ କହିଛି। ଏହି ଚିଠିକୁ ନାବାଳିକା ଜାନୁଆରି ୬ ତାରିଖରେ ରାତି ୧୨ଟାରେ ଲେଖିଥିବା କୁହାଯାଉଛି। କିନ୍ତୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ କି ନାବାଳିକାଙ୍କ ମୃତ୍ୟୁ ହୋଇଛି ନା ସେ ଜୀବିତ ଅଛନ୍ତି।

Related image
News Track English

ପୀଡ଼ିତାଙ୍କ ଭାଇ ଅଭିଯୋଗ କରି କହିଛନ୍ତି, ଭଉଣୀ ଯେତେବେଳେ ଟ୍ରେନ୍‌ ସାମ୍ନାରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା ତାହାକୁ ସେଠାରୁ ଅପହରଣ କରି ନିଆଯାଇଛି। ଗତବର୍ଷ ଭଉଣୀର ଜନ୍ମଦିନରେ ଡିଆଇଜି ତାଙ୍କ ପତ୍ନୀଙ୍କୁ ନେଇ ପହଞ୍ଚିଥିଲେ। କିନ୍ତୁ ଏହି ଜନ୍ମଦିନ ଭୋଜିରେ ତାଙ୍କୁ ନିମନ୍ତ୍ରଣ ହିଁ କରାଯାଇ ନ ଥିଲା। ଜନ୍ମଦିନ ଭୋଜିରେ ପହଞ୍ଚି ଜୋରଜବରଦସ୍ତ ମଦ ପିଇବା ପାଇଁ ସେ ମାଗିିଥିଲେ। ଜନ୍ମଦିନ ଭୋଜିରେ କେକ୍‌ କଟାଯିବା ପରେ ଭଉଣୀ ମୁହଁରେ ସମସ୍ତେ କେକ ଲଗାଉଥିବା ବେଳେ ଡିଆଇଜି ତାର ଅନୁଚିତ ସ୍ଥାନରେ ହାତ ମାରିଥିଲେ। ଏହି ଘଟଣା ପରେ ଭଉଣୀ ଅସ୍ୱାଭାବିକ ଅନୁଭବ କରିଥିଲା।

ଏହି ଘଟଣା ଗତବର୍ଷ ଜୁନ୍‌ରେ ହୋଇଥିବା ବେଳେ ଡିଆଇଜିଙ୍କ ବିରୋଧରେ ଡିସେମ୍ବର ମାସରେ ଏକ ଅଭିଯୋଗ କରାଯାଇଥିଲା। ପୀଡ଼ିତା ପରିବାରଲୋକଙ୍କ ଅଭିଯୋଗ କ୍ରମେ ଏହି ଘଟଣାକୁ ନେଇ ଏକ ଅପହରଣ ମାମଲା ପୁଲିସ ରୁଜୁ କରିଛି ।

ସମ୍ବନ୍ଧିତ ଖବର