ଭୁଲବଶତଃ ୨୪ଘଣ୍ଟା ମଧ୍ୟରେ ରୋଗୀ ପ୍ରାଣ ତ୍ୟାଗ କରିବ ବୋଲି କହିଥିଲେ ଡ଼ାକ୍ତର, ଏବେ କରିଥିବା ଭୁଲ ପାଇଁ ମିଲିଲା ଏଭଳି ଦଣ୍ଡ

ମୁମ୍ବାଇ : ଆଜିକାଲି ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତରମାନଙ୍କର ଅପାରଗତାର ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି। ଭୁଲବଶତଃ ଜୀବିତ ବ୍ୟକ୍ତିକୁ ମୃତ ବା ମୃତ ବ୍ୟକ୍ତିଙ୍କୁ ଜୀବିତ ବୋଲି କହି ୪-୫ଦିନ ଚିକିତ୍ସା କରିବା ଭଳି ଅନେକ ଖବର ପୂର୍ବରୁ ସାମ୍ନାକୁ ଆସି ସାରିଛି । ଏ ନେଇ ଡ଼ାକ୍ତରମାନଙ୍କୁ ଚେତାବନୀ ଦିଆ ଯାଉଥିଲେ ମଧ୍ୟ ଦେଶର ପ୍ରତି କୋଣରେ ଏଭଳି ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଛି । ଏବେ ୨୦୧୬ରେ ଘଟିଥିବା ଏକ ଘଟଣା ଖବରକୁ ଆସିଛି ।

୨୦୧୬ରେ ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଜଣେ ୭୨ବର୍ଷୀୟ ବୃଦ୍ଧଙ୍କ ପାଖରେ ମାତ୍ର ୨୪ଘଣ୍ଟା ଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଡ଼ାକ୍ତର । ସାମାନ୍ୟ ରୋଗ ହୋଇଥିବା ବେଳେ ଡ଼ାକ୍ତର ଭୁଲବଶତଃ ଏଭଳି କହିଥିବା ଜଣା ପଡ଼ିଥିଲା । ରୋଗୀ ବଛୁ ରାଓଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ନିଆଯିବା ପରେ ତାଙ୍କୁ ପ୍ରକୃତରେ କେଉଁ ରୋଗ ହୋଇଥିଲା ତାହା ଜଣା ପଡ଼ିଥିଲା । ସବୁ ସତ ଜଣା ପଡ଼ିବା ପରେ ବଛୁ ରାଓ ଏବଂ ତାଙ୍କ ପରିବାର ଲୋକେ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟର ଉପରେ ଅବହେଳାର ଅଭିଯୋଗ ଆଣିଥିଲେ । ଅତିରିକ୍ତ ମୁମ୍ବାଇ ଉପନଗରୀୟ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମରେ ବଛୁ ରାଓ ଅଭିଯୋଗ କରିବା ପରେ ତଦନ୍ତ କରାଯାଇ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟରକୁ ଦୋଷୀ ବୋଲି ଘୋଷଣା କରାଯାଇଛି ।

ଏହା ପରେ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିବା ମୋଟ ୫୧ହଜାର ଟଙ୍କା ସହ ଫେବୃଆରି ୨୦୧୬ରୁ  ୯ ପ୍ରତିଶତ ସୁଧ ମିଶାଇ ୬୦ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟରକୁ କୁହାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର