ଅଲଗା ହେବା ପରେ ପୁଣି ଥରେ ଫେରିବାକୁ ଚାହୁଁଥିଲା, ମନା କରିବାରୁ ପ୍ରେମିକା ଘରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ମୁମ୍ବାଇର ଓସିଓ୍ଵାରାରେ ଜଣେ ପ୍ରେମିକ ରାଗରେ ନିଜ ପ୍ରେମିକାର ଘରେ ନିଆଁ ଲଗାଇ ଦେଇଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରେମିକ ଦୀପକ ଜୈନକୁ ଗିରଫ କରି ନେଇଛି ପୁଲିସ । ପୀଡ଼ିତା ଅଭିଯୁକ୍ତଙ୍କ ସହ ପୁଣି ଥରେ ପ୍ରେମ ସଂପର୍କରେ ରହିବାକୁ ମନା କରିବାରୁ ଦୀପକ ଏଭଳି କରିଥିବା କହିଛି ପୁଲିସ ।

Image result for arrest

ସୂଚନା ମୁତାବକ, ନିଶାଗ୍ରସ୍ତ ଅବସ୍ଥାରେ ଦୀପକ ପୀଡ଼ିତାଙ୍କ ଘରକୁ ଯିବା ସହ ପୁଣି ଥରେ ପ୍ରେମ ସଂପର୍କରେ ରହିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପୀଡ଼ିତା ମନା କରିବା ସହ ଘରୁ ବାହାରିଯିବା ପାଇଁ କହିଥିଲେ । ଏହା ଶୁଣି ରାଗରେ ଦୀପକ ନିଜ ପକେଟରୁ ଲାଇଟର ବାହାର କରି ଘରେ ଥିବା ସବୁ ଜିନିଷରେ ନିଆଁ ଲଗାଇବା ଆରମ୍ଭ କରିଥିଲେ । ଦୀପକଙ୍କ ଏଭଳି କାଣ୍ଡ ଦେଖି ପୀଡ଼ିତା ତୁରନ୍ତ ପୁଲିସକୁ ଡ଼କାଇବା ପରେ ପୁଲିସ ପୀଡ଼ିତାଙ୍କ ଘରେ ପହଞ୍ଚି ଦୀପକକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର