୬ବର୍ଷ ହେବ ଫେରାର ଥିବା କଏଦୀ ଆଧାରକାର୍ଡ ଜରିଆରେ ଧରାପଡ଼ିଲା

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ୬ବର୍ଷ ହେବ ଫେରାର ଥିବା କଏଦୀ ଆଧାର କାର୍ଡ ଜରିଆରେ ଧରାପଡ଼ିଛି। ଗିରଫ କରାଯାଇଥିବା ହତ୍ୟାକାରୀ ମୁମ୍ବାଇରେ ତାର ସାଙ୍ଗକୁ ହତ୍ୟା କରିଥିବାର ମାମଲାରେ ଆଜୀବନ ଜେଲଦଣ୍ଡ ହୋଇଥିଲା। କିନ୍ତୁ କୌଶଳ କ୍ରମେ ଫେରାର ହୋଇଯାଇଥିବା ହତ୍ୟାକାରୀକୁ ମଙ୍ଗଳବାର ବୁଲନ୍ଦସହର ପୁଲିସ ଗିରଫ କରି ନେଇଛି।

ମୁମ୍ବାଇର ଭୋଇବାଡା ଦାଦର ଥାନାର ଏସ୍‌ଆଇ ଦୀଲିପ ବସଲ ସିକନ୍ଦରାବାଦ ଅଞ୍ଚଳର ପୁଲିସକୁ କହିଥିଲେ କି, ଭରାନା ନିବାସୀ ସତିଶ କୁମାର ୨୦୦୯ ମସିହାରେ ନିଜ ସାଙ୍ଗକୁ ହତ୍ୟା କରିଥିଲା। ଏହି ମାମଲା ମୁମ୍ବାଇର ସ୍ଥାନୀୟ ଅଦାଲତରେ ଚାଲିଥିଲା। ମାମଲାର ଶୁଣାଣି ହେବା ପରେ କୋର୍ଟ ସତିଶକୁ ଆଜୀବନ ଜେଲଦଣ୍ଡର ଶୁଣାଣି କରିଥିଲେ। ଏହା ପରେ ସତିଶକୁ ଜେଲ ପଠାଇ ଦିଆଯାଇଥିଲା। ଜେଲରେ ବନ୍ଦୀ ରହିଥିବା ସମୟରେ ସତୀଶର ଶରୀର ୨୦୧୨ ମସିହାରେ ଅସୁସ୍ଥ ହୋଇପଡ଼ିଥିଲା, ତେଣୁ ତାକୁ ଚିକିତ୍ସା ପାଇଁ ଜେଲରୁ ହସ୍‌ପିଟାଲ ଅଣାଯାଇଥିଲା। ଏହି ସମୟରେ ରାସ୍ତାରେ ପୁଲିସ ଆଖିରେ ଧୂଳି ଦେଇ ହତ୍ୟାକାରୀ ସତିଶ ଫେରାର ହୋଇଯାଇଥିଲା। ପୁଲିସ ହତ୍ୟାକାରୀକୁ ଖୋଜିବା ପାଇଁ ତାର ଗାଁ ଭରାନାକୁ ଯାଇଥିଲା କିନ୍ତୁ କୌଣସି ସନ୍ଧାନ ପାଇ ପାରି ନଥିଲା। ଅନେକ ଦିନ ସତିଶକୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଥିଲେ ହେଁ ତାର କୌଣସି ଖବର ନମିଳିବାରୁ ତାକୁ ମୃତ ବୋଲି ଘୋଷଣା କରିବା ପରେ ତା’ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରିଦେବେ ବୋଲି ସ୍ଥିର କରିଥିଲେ।

ତେବେ ସତୀଶକୁ ଲାଗିଲା କି ମାମଲା ବନ୍ଦ ହୋଇଯାଇଛି। ଏହାପରେ ସେ ଗାଁକୁ ଫେରି ଆସିଥିଲା। ଗ୍ରାମରେ ପହଁଞ୍ଚି ଆଧାରକାର୍ଡ ବନାଇବା ପାଇଁ ଆବେଦନ କରିଥିଲା। ତେବେ ଏହି ଘଟଣା ସମ୍ପର୍କରେ ମୁମ୍ବାଇ ପୁଲିସକୁ ସୂଚନା ମିଳିବା ପରେ ବୁଲନ୍ଦସହର ଆସି ସତିଶକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର