‘ଗୁଣ୍ଡେ’ ଚଳଚ୍ଚିତ୍ରରେ ରଣବୀର ସିଂ ଚଳାଉଥିବା ବାଇକ୍‌ ଚୋରା ଥିଲା !

ମୁମ୍ବାଇ: ନିକଟରେ ମୁମ୍ବାଇରେ ଏକ ଚୋର ଗ୍ୟାଙ୍ଗକୁ ପୁଲିସ୍‌ ଗିରଫ କରିଛି। ତଦନ୍ତ ପରେ ଜଣାପଡ଼ିଛି ଏହି ଚୋରମାନଙ୍କର ଏକ ବିରାଟ ର‍୍ୟାକେଟ ରହିଛି। ଧରାପଡ଼ିବା ପରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିବା ସହ ବାଇକ୍‌ ଚୋରି କରି ତାହାକୁ ନୂଆ ଢ଼ଙ୍ଗରେ ପରିବର୍ତ୍ତନ କରି ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ଏପରି କି ରଣବୀର ସିଂ ଏବଂ ଅର୍ଜୁନ କପୁର ‘ଗୁଣ୍ଡେ’ ଚଳଚ୍ଚିତ୍ରରେ ଚଳାଇଥିବା ବାଇକ୍‌ଟି ମଧ୍ୟ ଚୋରା ଥିଲା ବେଶଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

post.jagran.com

ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ , ଗିରଫ କରାଯାଇଥିବା ଚୋର ଥିଲେ ବହୁତ ଚାଲାକ । ସେମାନେ ଗାଡ଼ି ଚୋରି କରିବା ପରେ ତାହାକୁ ଏପରି ପ୍ରକାରର ନୂତନ ରୂପ ଦେଉଥିଲେ ଯେ ତାକୁ ଗାଡ଼ିର ମାଲିକ ମଧ୍ୟ ଚିହ୍ନିବା ଅସମ୍ଭବ ହୋଇ ଯାଉଥିଲା। ସେମାନେ ଏହି ନୂତନ ଢ଼ଙ୍ଗରେ ପ୍ରସ୍ତୁତ ହୋଉଥିବା ବାଇକ୍‌କୁ ଉଚ୍ଚ ମୂଲ୍ୟରେ ବଜାରରେ ବିକ୍ରି କରୁଥିଲେ । ଆରୋପୀମାନଙ୍କ ନାମ ଆସିଫ୍‌ ଖାନ , ଆରୀଫ୍‌ ଖାନ , ସାହିଲ ଗାଞ୍ଜା ଏବଂ ମିଲିନ୍ଦ ସାଓ୍ଵନ୍ତ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏମାନେ ପ୍ରାୟତଃ ୧୦୦ ଚୋରି ବାଇକ୍‌କୁ ନୂଆ ରୁପ ଦେଇ ବଜାରରେ ବିକ୍ରି କରିଛନ୍ତି । ସେମାନଙ୍କ ଠାରୁ ୫୦ ଟି ବାଇକ୍‌ ଠାବ କରାଯାଇଥିବା ବେଳେ ପ୍ରତି ଗାଡ଼ିରୁ ଏମାନେ ୫୦ ହଜାର ଟଙ୍କା ରୋଜଗାର କରୁଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର