୩ ଭଉଣୀଙ୍କୁ ତଣ୍ଟିକାଟି ହତ୍ୟା

ପାଟନା: ବିହାରର ବାଙ୍କା ଜିଲ୍ଲା କାଟୋରିଆ ଗ୍ରାମରେ ଗୋଟିଏ ପରିବାରର ତିନି ନାବାଳିକା ଭଉଣୀଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ତଣ୍ଟିକାଟି ହତ୍ୟା କରାଯିବା ଭଳି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ୍‌ ତିନି ଭଉଣୀ ପବି କୁମାରୀ(୧୪), ଅନିତା(୯) ଓ ପ୍ରିୟଙ୍କା(୮)ଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହାର କରାଯାଇଥିବା କୋଦାଳ, କଟୁରି ଓ ଛୁରିକୁ ପୁଲିସ୍‌ ଜବତ କରିଛି। ବର୍ତ୍ତମାନ ଯାଏଁ ହତ୍ୟାର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ଖବର ମୁତାବକ, ତିନି ଝିଅଙ୍କ ବାପା ପରମେଶ୍ୱର ଯାଦବ ପଶ୍ଚିମବଙ୍ଗରେ ଦିନ ମଜୁରିଆ ଭାବେ କାମ କରନ୍ତି। ମା’ ମଧ୍ୟ କାମ ସନ୍ଧାନରେ ଝାଡ଼ଖଣ୍ଡ ଯାଇଥିଲେ। ଘରେ ତିନି ଝିଅ ଏକୁଟିଆ ଥିବାର ସୁଯୋଗ ନେଇ କେହି ଘରେ ପଶି ତିନି ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର