ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କୋଣାର୍କ: କୋଣାର୍କ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ମାତ୍ର କେଇ ହାତଦୂରରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଭିନ୍ନକ୍ଷମ। ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ଏହି ଭିନ୍ନକ୍ଷମ ମହିଳା ଜଣକ ଦିନ ସାରା ଭିକ୍ଷାବୃତ୍ତି କରିବା ପରେ ସଂଜ ନଇଁଲେ କୋଣାର୍କ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମ୍ନାରେ ଥିବା ଏକ ସ୍ଥାନରେ ରାତ୍ରିରେ ଆଶ୍ରୟ ନେଉଥିଲେ। ଗତକାଲି ସନ୍ଧ୍ୟା ପରେ ସେ ମଧ୍ୟ ସବୁଦିନିଆ ସ୍ଥାନରେ ବିଶ୍ରାମ ନେଇଥିବାର ସ୍ଥାନୀୟ ଲୋକ ଦେଖିଛନ୍ତି। କିନ୍ତୁ ଆଜି ସକାଳେ ସଂପୃକ୍ତ ମହିଳାଙ୍କ ଉଲଗ୍ନ ଶରୀର ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ତଦନ୍ତ କରିବା ପରେ ମହିଳା ଜଣକ ମୃତ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ, ଏହି ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର