ମୋତେ କାହିଁକି ଭଲ ପାଉ ନାହଁ ବୋଲି କହି ବିବାହିତା ମହିଳାଙ୍କ ଗୁପ୍ତାଙ୍ଗକୁ ଆଘାତ କଲା ଏକତରଫା ପ୍ରେମିକ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ପ୍ରେମିକ ୨୫ବର୍ଷୀୟ ବିବାହିତା ମହିଳାଙ୍କ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିଥିଲେ । କିନ୍ତୁ ମହିଳାଜଣଙ୍କ ତାଙ୍କ ନିବେଦନକୁ ଗ୍ରହଣ ନ କରିବାରୁ ରାଗରେ ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗକୁ ବାରମ୍ବାର ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ଘଟିବା ସମୟରେ ପୀଡ଼ିତାଙ୍କ ସ୍ୱାମୀ ଘରେ ନଥିଲେ ବୋଲି ଜଣାପଡ଼ିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତ କାଜଲ ମରିବା ପୂର୍ବରୁ ନିଜର ବୟାନ ଦେଇଥିଲେ । ନିଖିଲ ସୋଲଙ୍କି ନାମକ ଜଣେ ଯୁବକ ମୋତେ ଅନେକ ଦିନ ହେବ ପ୍ରେମ ନିବେଦନ କରିବା ସହ ମୋର ପିଛା କରୁଥିଲେ । ବୁଧବାର ସଂନ୍ଧ୍ୟା ୭.୩୦ ସମୟରେ ଘରେ କେହି ନଥିବା ବେଳେ ସେ ଘରକୁ ଆସି ମୋତେ ପ୍ରେମ ନିବେଦନ କରିବା ପରେ ମୁଁ ମନା କରିଥିଲି । ଯାହା ପରେ ମୋତେ କାହିଁକି ଭଲ ପାଉ ନାହଁ ବୋଲି କହି ସେ ମୋ ପେଟ, ହାତ,ଗୋଡ଼ ଏବଂ ଗୁପ୍ତାଙ୍ଗକୁ ବାରମ୍ବାର ଆକ୍ରମଣ କରିଥିଲା ବୋଲି ପୀଡ଼ିତା ପୁଲିସକୁ ଜଣାଇଥିଲେ ।

Free Press Journal

ଘଟଣା ଘଟିବା ପରେ ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ଶାଶୁ ଏବଂ ପଡ଼ୋଶୀ ତାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ ମଧ୍ୟ ପୁଲିସକୁ ବୟାନ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ଘଟିବା ଦିନ ପୀଡ଼ିତାଙ୍କ ସ୍ୱାମୀ ରାଜସ୍ଥାନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ।

ସମ୍ବନ୍ଧିତ ଖବର