୧୩ ବର୍ଷୀୟ ନାବାଳିକାଙ୍କୁ ୩ ମାସ ଧରି ଦୁଷ୍କର୍ମ, ଗର୍ଭପାତ କରାଇବାରେ ବିଫଳ ହେବାରୁ ଅଭିଯୁକ୍ତ ଫେରାର

କୁଶୀନଗର : ଉତ୍ତର ପ୍ରଦେଶର କୁଶୀନଗରରେ ଜଣେ ଯୁବକ ୧୩ ବର୍ଷୀୟ ନାବାଳିକାକୁ ୩ମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ଜାଲରେ ଫସାଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ଗର୍ଭବତୀ କରିଥିଲେ ଯୁବକ । ଗର୍ଭବତୀ ହେବା ଜାଣି ନାବାଳିକାଙ୍କୁ ଗାଁ ବାହାରକୁ ନେଇ ଗର୍ଭପାତ କରାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଯୁବକ ଜଣଙ୍କ ନାବଳିକାଙ୍କୁ ମଝି ରାସ୍ତାରେ ଛାଡ଼ି ଚାଲି ଯାଇଥିବା ଜଣା ପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ଅଲଗା ଧର୍ମର ହୋଇଥିବାରୁ ଅସନ୍ତୋଷ ବଢ଼ିଛି। ଯାହାଫଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ଗାଁର ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ନାବାଳିକା ଜଣଙ୍କ ୩ମାସ ପୂର୍ବରୁ ନିଜ ଗାଁ ପାଖର ଯୁବକଙ୍କ ସହ ପ୍ରେମରେ ପଡ଼ି ଯାଇଥିଲେ । ଧୀରେ ଧୀରେ ପ୍ରେମର ନିବିଡ଼ତା ବଢ଼ିବା ସହ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ଯୁବକ ଜଣଙ୍କ ଅଲଗା ଧର୍ମର ହୋଇଥିବାରୁ ସଂପର୍କକୁ ଭାଙ୍ଗିବା ପାଇଁ ପୀଡ଼ିତା ଜଣଙ୍କ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯୁବକ ଜଣଙ୍କ ନିଜ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉତ୍ତୋଳନ କରି ପୀଡ଼ିତାଙ୍କୁ ବ୍ଲାକ୍‌ମେଲ କରିବା ସହ ତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । କିଛି ଦିନ ତଳେ ଯୁବକ ଜଣଙ୍କ ପୀଡ଼ିତା ଗର୍ଭବତୀ ଥିବା ଜାଣି ତାଙ୍କର ଗର୍ଭପାତ କରାଇବା ପାଇଁ ଗାଁ ବାହାରକୁ ନେଇ ଯାଇଥିଲେ । ଗର୍ଭପାତ କରାଇବା ପାଇଁ ଯୁବକ ଜଣଙ୍କ ଏକ ଓଷଧ ପୀଡ଼ିତାଙ୍କୁ ଖାଇବାକୁ ଦେଇଥିଲେ ।

Daily Post

ଓଷଧ ନେବା ପରେ ପୀଡ଼ିତାଙ୍କ ଅବସ୍ଥା ଖରାପ ହେବାରୁ ଯୁବକ ଜଣଙ୍କ ଡ଼ରି ଯାଇ ସେଠାରୁ ଫେରାର ହୋଇ ଯାଇଥିଲା । ମଙ୍ଗଳବାର ସକାଳେ ପୀଡ଼ିତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ କିଛି ଲୋକ ଦେଖିବା ପରେ ଘର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ସେ ଗର୍ଭବତୀ ବୋଲି ଜଣା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଫେରାର ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ । ପୀଡ଼ିତା ଜଣକ ସପ୍ତମ ଶ୍ରେଣୀ ଛାତ୍ରୀ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର