୧୨ ଘଣ୍ଟା ମଧ୍ୟରେ ନାଗୁଣୀ ନେଲା ନାଗ ମୃତ୍ୟୁର ପ୍ରତିଶୋଧ, ଘଟଣା ଜାଣି ଲୋମଟାଙ୍କୁରି ଉଠିବ

ମଥୁରା: ସିନେମାରେ ଅନେକ ସମୟରେ ଇଚ୍ଛାଧାରୀ ନାଗ ଓ ନାଗୁଣୀର ପ୍ରତିଶୋଧ ଭରା କାହାଣୀ ଶୁଣିବାକୁ ଓ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ବାସ୍ତାବ ଜୀବନରେ ଘଟିଥିବା ଦେଖିବାକୁ ମିଳିଛି।

ଘଟଣାଟି ହେଉଛି ଏପରି, ମଥୁରାର କସବାରାୟ ନାମକ ଏକ ସ୍ଥାନରେ ଗୋଟିଏ କଳା ନାଗସାପକୁ ସ୍ଥାନୀୟ ଯୁବକମାନେ ପିଟିପିଟି ମାରିଦେଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ହିଁ  ଅର୍ଥାତ୍‌ ୧୨ଘଣ୍ଟା ପରେ ଉକ୍ତ ଯୁବକମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାପ କାମୁଡି ମାରିଦେବାର ଖବର ଏବେ ସାମ୍ନାକୁ ଆସିଛି । ବର୍ତ୍ତମାନ ଉକ୍ତ ସ୍ଥାନରେ ନାଗୁଣୀକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

କଳା ନାଗସାପକୁ ପ୍ରଥମେ ହରିଓମ୍‌ ନାମକ ଯୁବକ ମାଡ ମାରିଥିଲା। ତେବେ ଏହି କ୍ରମରେ ହରିଓମ୍‌ ବିଲରେ କାମ କରୁଥିବା ସମୟରେ ତାର ହାତରେ ନାଗୁଣୀ ଗୁଡାଇ ହୋଇ ଯାଇଥିଲା । ସାପର ଚୋଟ ପରେ ହରିଓମଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହାପରେ ଅଭୟ ଏବଂ ବୈଦ୍ୟନାଥ ନାମକ ଦୁଇଜଣ ଯୁବକ ଉକ୍ତ ନାଗ ସାପକୁ ମାଡ ମାରିଥିଲେ। ଏହି ଦୁହିଁଙ୍କୁ ମଧ୍ୟ ନାଗୁଣୀ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଦଂଶନର କରି ମାରି ଦେଇଥିଲା। ଏହି ତିନିଜଣଙ୍କ ମୃତ୍ୟୁକୁ ନେଇ କିଛିଲୋକ ନାଗୁଣୀର ପ୍ରତିଶୋଧ ବୋଲି ମଧ୍ୟ କହୁଛନ୍ତି। ତେବେ ଏହା ଘଟଣାର ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର