ଗୁରୁଗ୍ରାମ: ବିବସ୍ତ୍ର ଅବସ୍ଥାରେ ମିଳିଲା କୁନି ଝିଅର ମୃତଦେହ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗୁରୁଗ୍ରାମ: ହରିଆଣାର ଗୁରୁଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ସେକ୍ଟର ୬୬ଠାରେ ଜଣେ ୩ ବର୍ଷୀୟା ନାବାଳିକାର ବିବସ୍ତ୍ର ଶରୀର ଉଦ୍ଧାର ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକା ସହ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍‌ ସନ୍ଦେହ କରିଛି।

ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ଗତକାଲି ପୂର୍ବାହ୍ନ ୧୧ଟା ବେଳୁ ହଜି ଯାଇଥିଲା। ନାବାଳିକାର ବାପାମାଆ ଅଭିଯୋଗ ଆଣିିଥିଲେ ଯେ ଦାଣ୍ଡରେ ଖେଳୁଥିବା ଅବସ୍ଥାରେ ତାଙ୍କ ଝିଅକୁ କେହି ଅପହରଣ କରି ନେଇଛି।

ଏକ ନିର୍ମାଣଧୀନ ସାଇଟ୍‌ର ଏକ ଘର ଭିତରେ ନାବାଳିକାର ମୃତଦେହ ପ୍ରଥମେ ସେଠାରେ କାମ କରୁଥିବା କିଛି ଶ୍ରମିକ ଦେଖିବାକୁ ପାଇଥିଲେ। ତା’ପରେ ସେମାନେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଜି ନାବାଳିକାର ମୃତଦେହ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଶରୀର ବ୍ୟବଚ୍ଛେଦ ରିପୋର୍ଟ ଏଯାବତ୍‌ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର