ତନୁଶ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରି ନୋଟିସ୍‌ ପଠାଇଲେ ନାନାଙ୍କ ଓକିଲ

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ୧୦ ବର୍ଷ ତଳେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଚଳଚ୍ଚିତ୍ରର ଏକ ଗୀତ ସୁଟିଂ ସମୟରେ ସିନେ ତାରକା ନାନା ପାଟେକର ଅସଦାଚରଣ କରିଥିବା ଅଭିଯୋଗ କରି ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ତନୁଶ୍ରୀ। କିଛି ଦିନ ତଳେ ଭାରତ ଆସିଥିବା ଏହି ଅଭିନେତ୍ରୀ ଗଣମାଧ୍ୟମରେ ୨୦୦୮ ମସିହାର ଏହି ଘଟଣାକୁ ବଖାଣିଛନ୍ତି। ଅନେକ ବଲିଉଡ୍‌ ତାରକା ତନୁଶ୍ରୀଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।

ଗତ ୨-୩ ଦିନ ତଳେ ନାନା ପାଟେକରଙ୍କ ଓକିଲ ତନୁଶ୍ରୀଙ୍କୁ  ଅାଇନଗତ ନୋଟିସ୍‌ ପଠାଇବେ ବୋଲି ଘୋଷଣା କରିଥିଲେ। ନିକଟରେ ମିଳିଥିବା ସୂଚନା ମୁତାବକ, ନାନା ଶେଷରେ ତନୁଶ୍ରୀଙ୍କୁ ନୋଟିସ୍‌ ପଠାଇ ଦେଇଛନ୍ତି। ନାନାଙ୍କ ଓକିଲ ରାଜେନ୍ଦ୍ର ସିଖୋଦର ପଠାଇ ଥିବା ନୋଟିସ ଅନୁସାରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ଅସ୍ୱୀକାର କରିବା ସହ ତାଙ୍କୁ କ୍ଷମା ମାଗନ୍ତୁ ।

ନିକଟରେ ଏକ ସାକ୍ଷାତ୍‌କାରରେ ନାନା ପାଟେକର କହିଥିଲେ ଯେ ସେ କ୍ୟାମେରାକୁ ସାମ୍ନା କରିବାକୁ ଚାହାନ୍ତି ଓ ସବୁ କିଛି ଖୋଲିଖୋଲି କଥା ହେବାକୁ ଚାହାନ୍ତି।

ନାନା ନୋଟିସ୍‌ ପଠାଇବେ ବୋଲି ଶୁଣାଯିବା ପରେ ତନୁଶ୍ରୀ ମତ ରଖିଥିଲେ କି ଯଦି ତାଙ୍କୁ ନୋଟିସ୍‌ ମିଳେ ତେବେ ସେ ତାଙ୍କ ଟିମ୍‌, ଓକିଲଙ୍କ ସମେତ ସମସ୍ତ ପ୍ରମାଣ ଏକଜୁଟ କରିଦେବେ।

ସମ୍ବନ୍ଧିତ ଖବର