ଦୀର୍ଘ ୩୨ ବର୍ଷ ପରେ ନ୍ୟାପକିନ୍‌କୁ ଆଧାର ଏପରି ଧରାପଡ଼ିଲା ଦୁଷ୍କର୍ମ ଓ ହତ୍ୟାକାରୀ 

ଓ୍ଵାସିଂଟନ୍‌: ଓ୍ଵାସିଂଟନ୍‌ରେ ଦୁଷ୍କର୍ମ ଓ ହତ୍ୟାର ଏକ ମାମଲାର ସମାଧାନ ପାଇଁ ପୁଲିସକୁ ଦୀର୍ଘ ୩୨ବର୍ଷର ସମୟ ଲାଗିଛି। ଅଭିଯୁକ୍ତ ରେସ୍ତୋରାଁରେ ବ୍ୟବହାର କରିଥିବା ନ୍ୟାପକିନ୍‌କୁ ଆଧାର କରି ଗିରଫ କରାଯାଇଛି। ଦୁଷ୍କର୍ମ ଓ ହତ୍ୟାକାରୀ ନାମ ଗୋରି ଚାଲର୍ସ ହାର୍ଟମ୍ୟାନ୍‌ (୬୬)ବୋଲି ଜଣାପଡ଼ିଛି।

ଏହି ଅଭିଯୁକ୍ତ ୧୯୮୬ ମସିହାରେ ୧୨ବର୍ଷର ନାବଳିକା ସହିତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ହାର୍ଟମ୍ୟାନ୍‌କୁ ପୁଲିସ ବିଚାରବିଭାଗୀୟ ହେପାଜତ୍‌କୁ ନେଇ ଯାଇଛି। ଏହି ଦୁଷ୍କର୍ମକାରୀ ବିରୋଧରେ କାଉଣ୍ଟିରେ ଏକ ମାମଲା ରୁଜୁ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାଟି ଓ୍ଵାସିଂଟନ୍‌ର ତାକୋମାରେ ଘଟିଥିଲା। ୩୨ବର୍ଷ ପୂର୍ବରୁ ମିସେଲ ବେଲଚ ଓ ତାଙ୍କ ଦୁଇ ଭଉଣୀ ପଗେଟ ପାର୍କକୁ ଯାଇଥିଲେ। ମିସେଲ ୧୧ଟାରେ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଇଥିଲେ ଓ ତାଙ୍କ ଭଉଣୀ ବାଥରୁମ୍‌ ଯାଇଥିଲା। ଦୁଇଜଣ ଭଉଣୀ ଯେତେବେଳେ ପୁଣି ପାର୍କକୁ ଆସିଥିଲେ ସେତେବେଳେ ମିସେଲକୁ ଆଉ ପାଇ ନଥିଲେ। କିନ୍ତୁ ସେଠାରେ ମିସେଲର ସାଇକେଲ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଘରେ ଏନେଇ ଜଣାଇବା ପରେ ପୁଲିସରେ ଖବର ଦିଆଯାଇଥିଲା। ପୁଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଥିଲା। ପୁଲିସ କୁକୁର ସେଦିନ ରାତିରେ ଏକ ନିଛାଟିଆ ସ୍ଥାନରୁ ମିସେଲଙ୍କ ଶବକୁ ଉଦ୍ଧାର କରିଥିଲା।

ପୁଲିସ ପ୍ରମାଣ ଏକାଠି କରି ଦୁଷ୍କର୍ମକାରୀକୁ ଧରିବା ପାଇଁ ତଦନ୍ତ ଚଳାଇଥିଲେ ହେଁ କାହାରିକୁ ଗିରଫ କରି ପାରି ନଥିଲା। ପୁଲିସ କ୍ରାଇମ୍‌ ସିନ୍‌ରୁ ଏକାଠି କରିଥିବା ପ୍ରମାଣ ଆଧାରରେ ଏକ ବ୍ୟକ୍ତିର ଡିଏନ୍‌ଏ ପ୍ରୋଫାଇଲ ପ୍ରସ୍ତୁତ କରିଥିଲା। କିନ୍ତୁ ରାଜ୍ୟ ଓ କେନ୍ଦ୍ରୀୟ ଡାଟାବେସ୍‌ରେ ଏହା କିଛି ଖାପ ଖାଇ ନଥିଲା। ୨୦୧୬ରେ ପୁଲିସ ଜେନେଟିକ ଜିନିଲାଜିଷ୍ଟଙ୍କ ସହିତ କାମ କରିବା ଆରମ୍ଭ କରିଥିଲା। ଏହାପରେ ଯାଞ୍ଚରେ ସାମିଲ ଥିବା ଜାସୁସ୍‌ ଟିଭି ରିପୋଲି ଦୁଷ୍କର୍ମକାରୀ ହାର୍ଟମ୍ୟାନ୍‌ ସମ୍ପର୍କରେ ସୂଚନା ପାଇ ତାର ପିଛା କରିଥିଲେ । ହାର୍ଟମ୍ୟାନ୍‌ ଏକ ରେସ୍ତୋରାଁରେ ସହକର୍ମୀଙ୍କ ସହ କଫି ପିଉଥିବାର ସେ ଦେଖିବାକୁ ପାଇଥିଲେ। ସେବି ଏହି ରୋସ୍ତୋରାଁରେ ବସି ହାର୍ଟମ୍ୟାନ୍‌ ଉପରେ ନଜର ରଖିଥିଲେ।

ରିପୋଲିଙ୍କ କହିବାନୁସାରେ, ମୁଁ ତାକୁ ଅନେକ ଥର ନ୍ୟାପକିନ୍‌ ବ୍ୟବହାର କରିବାର ଦେଖିଥିଲି। ସେ ନ୍ୟାପକିନ୍‌କୁ ଜାକି ଜୁକାକି ଏକ ବ୍ୟାଗରେ ପୂରାଉ ଥିଲା। ସେ ସେହି ବ୍ୟାଗକୁ ରୋସ୍ତୋରାଁରେ ଛାଡ଼ି ଚାଲି ଯାଇଥିଲା। ଏହାପରେ ନ୍ୟାପକିନ୍‌କୁ ଏକାଠି କରି ଓ୍ଵାସିଂଟନ୍‌ ଷ୍ଟେଟ ପେଟ୍ରୋଲ କ୍ରାଇମ ଲ୍ୟାବରେଟରିକୁ ପଠା ଯାଇଥିଲା। ଗତ ମଙ୍ଗଳବାର ଲ୍ୟାବ୍‌ ପୁଲିସକୁ ସୂଚନା ଦେଇଥିଲା କି ନ୍ୟାପକିନ୍‌ରୁ ଚିହ୍ନଟ ହୋଇଥିବା ଡିଏନ୍‌ଏ କ୍ରାଇମ୍‌ ସିନ୍‌ରୁ ମିଳିଥିବା ଡିଏନ୍‌ଏ ସହିତ ମିଶି ଯାଇଛି।

ସମ୍ବନ୍ଧିତ ଖବର