ଏଟିଏମ୍‌କୁ ୪ହଜାର ଟଙ୍କା ବାହାର କରିବା ପାଇଁ ଯାଇଥିଲେ, ୨୦ହଜାର ଟଙ୍କା ପାଇବା ପରେ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାସିକ୍‌ ସହରରେ ଥିବା ଏକ୍ସିସ୍‌ ବ୍ୟାଙ୍କ୍‌ ଏଟିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ହେତୁ କିଛି ଲୋକଙ୍କୁ ସେ ଚୟନ କରିଥିବା ରାଶି ୫ଥର ମିଳିଯାଇଥିବା ଘଟଣା ସାମ୍ନାକୁ ଆସିଛି। ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ବିଜୟ ନଗରର ସିଆଇଡିସିଓ ଅଞ୍ଚଳରେ ଥିବା ଏଟିଏମ୍‌ରୁ ଇଣ୍ଟରଫେସ୍‌ରେ ଦୁଇଜଣ ଲୋକ ଚୟନ କରିଥିବା ରାଶି ପାଞ୍ଚଥର ଚାଲିଆସିଛି। ଏହି ଏଟିଏମ୍‌ର ଯାନ୍ତ୍ରିକ ତ୍ରୁଟି ଥିବା ସମ୍ପର୍କରେ ସୂଚନା ପାଇବା ପୂର୍ବରୁ ଦୁଇଜଣ ଲୋକଙ୍କ ସହିତ ଏଭଳି ଘଟଣା ଘଟିଥିବା ନେଇ ଏକ୍ସିସ୍‌ ବ୍ୟାଙ୍କର ପ୍ରବନ୍ଧକ ପ୍ରବିଣ ଭିସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଦ୍ୱିପହରରେ ଏଟିଏମ୍‌କୁ ଜଣେ କାର୍ଡଧାରକ ୧୦୦୦ଟଙ୍କା ବାହାର କରିବା ପାଇଁ ଯାଇଥିଲେ। କିନ୍ତୁ ୧୦୦୦ଟଙ୍କା ପରିବର୍ତ୍ତେ ତାଙ୍କୁ ୫୦୦୦ଟଙ୍କା ମିଳିଥିଲା। ସେହିପରି ଅମୋଲ ଗୋଲେତ ନାମକ ଅନ୍ୟଜଣେ କାର୍ଡଧାରକଙ୍କୁ ଏଟିଏମ୍‌ରୁ ୪ହଜାର ବଦଳରେ ୨୦,୦୦୦ଟଙ୍କା ମିଳିଥିଲା। ଅମୋଲଙ୍କୁ ଏହି ରାଶି ମିଳିବା ପରେ ସେ ତୁରନ୍ତ ଏହି ଘଟଣା ସମ୍ପର୍କରେ ବ୍ୟାଙ୍କକୁ ସୂଚନା ଦେଇଥିଲେ। ଅମୋଲଙ୍କଠାରୁ ଏହି ସୂଚନା ପାଇବା ପରେ ବ୍ୟାଙ୍କ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଲୋକମାନଙ୍କୁ ଏହି ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଅଟକାଇ ଥିଲେ।

ସମ୍ବନ୍ଧିତ ଖବର