ବିଜେପି ନେତା ‘ଦୃଶ୍ୟମ’ ସିନେମା ଦେଖି କଂଗ୍ରେସ ନେତ୍ରୀଙ୍କୁ ହତ୍ୟା କରିବା ପାଇଁ ଏପରି ଷଡଯନ୍ତ୍ର ରଚିଥିଲେ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ୨୨ ବର୍ଷୀୟ କଂଗ୍ରେସ ନେତ୍ରୀ ଟୁଇଙ୍କିଲ ଡାଗରେ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠିଛି । ୬୫ ବର୍ଷୀୟ ଭାଜପା ନେତା ଜଗଦୀଶ କରୋତିଆଙ୍କ ପରିବାର ଲୋକ ଓ ଜଣେ ସହଯୋଗୀ ମିଳିତ ଭାବେ ହତ୍ୟାକାଣ୍ଡ ଘଟାଇଥିଲେ। ଖୁବ ଚତୁରତାର ସହ ବିଜେପି ନେତ୍ରୀଙ୍କର ହତ୍ୟା କରାଯାଇଥିଲା ।

ଭାଜପା ନେତା ଜଗଦୀଶ କରୋତିଆ ଓ କଂଗ୍ରେସ ନେତ୍ରୀ ଟୁଇଙ୍କିଲ ଡାଗରେଙ୍କ ମଧ୍ୟରେ ଥିଲା ତାଙ୍କର ଅବୈଧ ସମ୍ପର୍କ । ସେ ଜଗଦୀଶଙ୍କ ସହ ରହିବା ପାଇଁ ଚାହିଁଥିଲେ । ତେବେ ଜଗଦୀଶଙ୍କ ପିଲାମାନେ ରାଜି ନହେବାରୁ ଟୁଇଙ୍କିଲ ଡାଗରେଙ୍କୁ ମାରିବା ପାଇଁ ଯୋଜନା କରାଗଲା । ଦୃଶ୍ୟମ ସିନେମା ଦେଖି ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା । ଏବଂ ପୋଲିସକୁ ଭୁଆଁ ବୁଲାଇବା ପାଇଁ ସିନେମା ଷ୍ଟାଇଲରେ ପ୍ରମାଣ ନଷ୍ଟ କରାଯାଇଥିଲା ।

ସୂଚନା ଅନୁସାରେ ଜଗଦୀଶ କରୋତିଆ, ପୁଅ ବିଜୟ କୋରତିଆ, ଅଜୟ କୋରତିଆ, ବିନୟ କରୋତିଆ ଦଓ ସାଥୀ ନୀଲେଶ କଶ୍ୟପକୁ ଗିରଫ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ଅଜୟ କହିଥିଲା ତା’ ବାପା ଓ ମୃତକାଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା । ଆଉ ସେ ବାପାଙ୍କ ସହ ରହିବା ପାଇଁ ଚାହୁଁଥିଲା । ଆଉ ଏଥିପାଇଁ ଘରେ ମାବାପାଙ୍କର ଝଗଡ଼ା ହେଉଥିଲା । ଏଥିପାଇଁ ସମସ୍ତେ ପରିବାର ଲୋକ ମିଶି ବିଜେପି ନେତ୍ରୀ ଟୁଇଙ୍କିଲ ଡାଗରେକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଆଉ ଏହା ପୂର୍ବରୁ ଦେଖିଲେ ବଲିଉଡ଼୍‌ ସିନେମା ‘ଦୃଶ୍ୟମ୍‌’

ସମ୍ବନ୍ଧିତ ଖବର