ଯୁବତୀଙ୍କ ଫୋନରେ ‘ଆ ହୋ’ ନାମରେ ସେଭ୍‌ ଥିଲା ଭୟୁ ମହାରାଜ୍‌ଙ୍କ ନମ୍ବର, ଦୁଇ ଜଣଙ୍କ ମଧ୍ୟରେ ଚାଲୁଥିଲା ଅଶ୍ଲୀଳ କଥାବାର୍ତ୍ତା

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଭୟୁ ମହାରାଜଙ୍କ ଆତ୍ମହତ୍ୟା ତାଙ୍କ ପରିବାରକୁ ଶକ୍ତ ଧକ୍କା ଦେଇଥିଲା। ହଠାତ୍‌ ଏଭଳି ପଦକ୍ଷେପ ନେବା ପଛର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ତାଙ୍କ ଆତ୍ମହତ୍ୟା ପରେ ମହାରାଜାଙ୍କ ଘରେ କବ୍‌ଜା କରିଥିବା ଯୁବତୀଙ୍କୁ ନେଇ ଏବେ ବଡ଼ ଖୁଲାସା କରିଛି ପୁଲିସ । ଯୁବତୀଜଣଙ୍କ ନିଜ ଫୋନ୍‌ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡ଼ାଟା ହଟାଇ ଦେଇଥିବା ବେଳେ ପୁଲିସ ଫୋନର ବ୍ୟାକ୍‌ ଅପ୍‌ ନେଇଥିଲା । ବ୍ୟାକ୍‌ଅପ୍‌ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀଜଣଙ୍କ ନିଜ ଫୋନରେ ଭୟୁ ମହାରାଜଙ୍କ ନମ୍ବରକୁ ‘ଆ ହୋ’(ସ୍ୱାମୀକୁ ଡ଼ାକିବା ପାଇଁ ବ୍ୟବହାର କରାଯାଉଥିବା ଶବ୍ଦ) ନାମରେ ସେଭ୍‌ ରଖିଥିବା ବେଳେ ଦୁହେଁ ଖୁଲମ୍‌ ଖୁଲା ଅଶ୍ଲୀଳ କଥା ହେଉଥିବା ସାମ୍ନାକୁ ଆସିଛି ।

Free Press Journal

ଡିଆଇଜି ହରିନାରାୟଣଚାରୀଙ୍କ କହିବା ମୁତାବକ,ପୁଲିସ ଏବେ ରିପୋର୍ଟ ପ୍ରସ୍ତୁତ କରିବା ସ୍ଥିତିରେ ପହଞ୍ଚି ସାରିଛି। ପ୍ରାରମ୍ଭିକ ରିପୋର୍ଟରୁ ଭୟୁ ମହାରାଜ ଏବଂ ଯୁବତୀଙ୍କ ମଧ୍ୟରେ ଅନ୍ତରଙ୍ଗ ସଂପର୍କ ଥିବା ସ୍ପଷ୍ଟ ହୋଇଛି । ଯାଞ୍ଚ ଦାୟିତ୍ୱରେ ଥିବା ଅଫିସରଙ୍କ କହିବା ଅନୁଯାୟୀ, ଯୁବତୀ ଅନେକ ଥର ସେବାଦାର ବିନାୟକଙ୍କୁ ମେସେଜ କରି ଭାଇ ଆମେ ଆମ ଯୋଜନାରେ ସଫଳ ହୋଇ ପାରିବା କି ନାହିଁ ବୋଲି ପଚାରୁଥିଲେ । ଯୁବତୀଙ୍କୁ ବିଶ୍ୱାସ ଦେଇ ଆମେ ସଫଳ ହେବା ବୋଲି ଉତ୍ତର ରଖୁଥିଲେ ବିନାୟକ । ଏହି ସବୁ ଜିନିଷ ଜଣାପଡ଼ିବା ପରେ ପୁଲିସ ମଙ୍ଗଳବାର ମହାରାଜଙ୍କ ଘରେ ପହଞ୍ଚି ଘରର ସଦସ୍ୟଙ୍କୁ ପଚରାଉଚରା କରିଥିବା ବେଳେ ମାହାରାଜା ବ୍ୟବହାର କରୁଥିବା ୭ଟି ମୋବାଇଲ ମଧ୍ୟରେ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଜବତ କରାଯାଇଥିବା ମୋବାଇଲରୁ ସବୁ ଡାଟା ହଟାଇ ଦିଆ ଯାଇଥିବା ବେଳେ ପୁଲିସ ସେ ସବୁର ବ୍ୟାକ୍‌ ଅପ୍‌ ଆଣିବାକୁ ଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର