ଜୀବିତ ଥିବା ଅବସ୍ଥାରେ କରୁଥିଲେ ନିଜର ଏକାଦଶ କ୍ରିୟା, ବାସ୍ତବରେ ଉଡିଗଲା ଛଅ ଜଣଙ୍କ ପ୍ରାଣବାୟୁ

ଆଜମଗଢ଼: ଉତ୍ତରପ୍ରଦେଶର ଆଜମଗଢ଼ସ୍ଥିତ ରାଣି ସରାୟସ୍ଥିତ ସୋମବାର ଦ୍ୱିପହରରେ ୮୫ବର୍ଷୀୟ ବୃଦ୍ଧା ମହିଳା ଜୀବିତ ଥିବା ଅବସ୍ଥାରେ ନିଜର ଏକଦାଦଶ କ୍ରିୟା କରୁଥିଲେ। ଏଥିପାଇଁ ଭୋଜନ ପ୍ରସ୍ତୁତି ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରୁ ନିଆଁ ଲାଗି ଯାଇଥିଲା, ଫଳରେ ଏଥିରେ ୮୫ବର୍ଷିଅ ବୃଦ୍ଧା ମହିଳାଙ୍କ ସହିତ ତାଙ୍କ ବୋହୂ ଓ ଅନ୍ୟ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତଙ୍କ ମୃତ୍ୟୁ ଅଣନିଶ୍ୱାସୀ ହେତୁ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ୮୦ବର୍ଷିଅ ବୃଦ୍ଧାଙ୍କ ଦିଅରଙ୍କର ବି ମୃତ୍ୟୁ ହୋଇଯାଇଛି।

କୋଟବା ଚକବଙ୍ଗାଳି ଗ୍ରାମର ନିବାସୀ ମହେନ୍ଦ୍ର ରାମଙ୍କ ମାଆ ରାମଜାତି ଦେବୀ ଜୀବିତ ଥିବା ଅବସ୍ଥାରେ ନିଜର ଏକାଦଶ କ୍ରିୟାର ଆୟୋଜନ କରିଥିଲେ। ଏହି ଆୟୋଜନ ପାଇଁ ଖାଦ୍ୟ ପ୍ରସ୍ତୁତି ଚାଲିଥିଲା। ଦ୍ୱିପହର ଅର୍ଥାତ୍‌ ସାଢ଼େ ଗୋଟାଏ ସମୟରେ ଗୋଟିଏ ଘରେ ସିଲିଣ୍ଡର ଗ୍ୟାସ ଜରିଆରେ ଭୋଜନ ପ୍ରସ୍ତୁତି ହେଉଥିଲା। ଏହି ସିଲିଣ୍ଡରୁ ଆକସ୍ମିକ ନିଆଁ ଲାଗିଯାଇଥିଲା। ଏହାପରେ ସେଠାରେ ଥିବା ଲୋକମାନେ ଦୌଡ଼ି ଯାଇ ଗୋଟିଏ ଘରେ ପଶି କବାଟ ଦେଇ ଦେଇଥିଲେ। ବାହାର ପଟେ ନିଆଁ ଲାଗି ଧୂଆଁ ଭରି ଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ସେଠାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲା।

ପରିବାରବର୍ଗଙ୍କ କହିବାନୁସାରେ, ରାମତାଜି ଦେବୀ ଗୁରୁମୁଖ ହୋଇଥିବା ହେତୁ ଜୀବିତ ଅବସ୍ଥାରେ ନିଜର ଏକାଦଶକ୍ରିୟା କରିବାକୁ ଇଚ୍ଛା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଦୁଇଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର