ପ୍ରସବ କରାଉଥିବା ସମୟରେ ଖାମଖିଆଲି ହେତୁ କୋମଳ ଶିଶୁର ଗଳା କାଟିଦେଲେ ଡାକ୍ତର

ସୁଲତାନପୁର: ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଇଥାଏ। ସୁଲତାନପୁରରେ ଜଣେ ଡାକ୍ତରଙ୍କ ଖାମଖିଆଲି ହେତୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ସୁଲତାନପୁରର ଜିଲ୍ଲା ମହିଳା ହସ୍‌ପିଟାଲରେ ଜଣେ ଡାକ୍ତର ମହିଳାଙ୍କ ପ୍ରସବ କରାଉଥିବା ସମୟରେ ଖାମଖିଆଲି କାରଣରୁ ନବଜାତ ଶିଶୁର ଗଳା କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ମୃତନବଜାତ ଶିଶୁର ପରିବାରଲୋକ ହସ୍‌ପିଟାଲ ପରିସରରେ ହଙ୍ଗାମା ସୃଷ୍ଟି କରିଥିଲେ।

କେତେବାଲି ଦେହାନ ଥାନା ଅଞ୍ଚଳସ୍ଥିତ ବାଲମପୁରରେ ବସବାସ କରୁଥିବା ସୁନିଲ ସୋନି ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର ମୋ ପତ୍ନୀ କୁସୁମ୍‌ଙ୍କ ପ୍ରସବ ପୀଡା ଆରମ୍ଭ ହୋଇଯାଇଥିଲା। ତେଣୁ ତାଙ୍କୁ ଜିଲ୍ଲା ମହିଳା ହସ୍‌ପିଟାଲରେ ଭର୍ତ୍ତି କରିଥିଲି। ସେଠାରେ କୁସୁମଙ୍କ ନରମାଲ ଡେଲିଭରି ପାଇଁ ନର୍ସ ତାଙ୍କୁ ଲେବର ରୁମ୍‌କୁ ନେଇଯାଇଥିଲେ। କିଛିସମୟ ପରେ ପତ୍ନୀଙ୍କ ନରମାଲ ଡେଲିଭରି ହୋଇପାରିବ ନାହିଁ ବୋଲି କହିଥିଲେ। ତେଣୁ ତତ୍କାଳ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହାପରେ କୁସୁମଙ୍କୁ ଅପରେସନ୍‌ ଥିଏଟରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଆର୍‌.କେ ଭଟ୍ଟ ପତ୍ନୀଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ସେ ଅସ୍ତ୍ରୋପଚାର ସମୟରେ ଅବହେଳା ହେତୁ ଏଭଳି କାମ କରି ବସିଥିଲେ ଯେ ଯାହାକୁ ଶୁଣିଲା ପରେ ଆମ ପାଦ ତଳୁ ମାଟି ଖସିଗଲା ପରି ଅନୁଭବ ହୋଇଥିଲା।

ଡାକ୍ତର ପ୍ରସବ କରାଉଥିବା ସମୟରେ ଶିଶୁର କଳା କାଟି ପକାଇଥିଲେ,ଫଳରେ ଶିଶୁଟିର ସଙ୍ଗେସଙ୍ଗେ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ଶିଶୁର ତୁରନ୍ତ ଅନ୍ତିମ ସଂସ୍କାର ପାଇଁ କହିଥିଲେ। କିନ୍ତୁ ଏହା ସେ କାହିଁକି କହିଥିଲେ ସେ କଥା ବୁଝିବା ପାଇଁ ମୋର ପାଖରେ ଧୌର୍ଯ୍ୟ ନଥିଲା। ସେପଟେ ମହିଳା ସିଏମଏସ୍‌ ଡାକ୍ତର ଉର୍ମିଲା ଯାଞ୍ଚ ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର