ନାବାଳିକା ଝିଅକୁ ପ୍ରେମ ପତ୍ର ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲା ସାବତ ବାପା,ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ନାବାଳିକା ଝିଅକୁ ପ୍ରେମ ପତ୍ର ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିବା ସାବତ ବାପାକୁ ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଡିସିପିସିଆର୍‌) ହାଜତ ପଠାଇ ଦେଇଛି।

ଚାଇଲ୍ଡ ଲାଇନରେ ୧୭ବର୍ଷୀୟ ପୀଡିତାର ଅଭିଯୋଗ ପରେ ଡିସିପିସିଆର ପୀଡତାକୁ ସାହାଯ୍ୟ କରିଥିଲେ। ଅଭିଯୁକ୍ତ ସାବତ ପିତା ଏକବର୍ଷ ପାଖାପାଖି ହେବ ଝିଅ ସହିତ ଏଭଳି କାରନାମା କରି ଆସୁଥିଲା। ଏହି ଘଟଣା ପୋକ୍‌ସୋ ଆକ୍ଟ ଆଧାରରେ ବୁରାଡି ଥାନାରେ ମାମଲା ରୁଜୁ ହୋଇଛି।

ଡିସିପିସିଆର ସଦସ୍ୟ ଜ୍ୟାତି ରାଠିଙ୍କ ମୁତାବକ, ନାବାଳିକା ଉପରେ ସାବତ ପିତା ଖରାପ ନଜର ରଖିଥିଲା। ଏହି ଘଟଣା ସମ୍ପର୍କରେ ନାବାଳିକାର ମା’ ବି ଜାଣିଥିଲା। କିନ୍ତୁ ଝିଅକୁ ସେ ଚୁପ୍‌ ରହିବାକୁ କହିଥିଲା। ପୀଡିତା ଯେତେବେଳେ ଏହି ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ୍‌କୁ ଜଣାଇ ଥିଲା ସେତେବେଳେ ଯାଇ ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର