ବିବାହର ମାତ୍ର କିଛି ଘଣ୍ଟା ମଧ୍ୟରେ ଶଶୁରଘରେ ପିଲା ଜନ୍ମ କଲେ ନବବିବାହିତ ମହିଳା, ଚମକି ପଡ଼ିଲେ ସ୍ୱାମୀ

ଉନ୍ନାବ(କାନପୁର/ଉତ୍ତରପ୍ରଦେଶ): ଜିଲ୍ଳାର ସଫିପୁର ତହସିଲ୍‌ରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା, ଯାହା ସମସ୍ତଙ୍କୁ ଚକିତ କରାଇଛି। ଘଟଣାଟି ହେଉଛି ସେହି ଅଞ୍ଚଳର ନବବିବାହିତା ଜଣେ ମହିଳା ବିବାହର ମାତ୍ର ଘଣ୍ଟା କେଇଟା ଭିତରେ ଏକ ପିଲା ଜନ୍ମ ଦେଇଛନ୍ତି। ଏପରି ପରିସ୍ଥିତିରେ ମହିଳାଙ୍କ ଶଶୁର ଚେତାଶୂନ୍ୟ ହେବା ସହ ତାଙ୍କ ସ୍ୱାମୀ ତାଙ୍କ ବିରୋଧରେ ଏବଂ ତାଙ୍କ ପରିବାର ବିରୋଧର କୋତବାଲି ପୁଲିସ୍‌ରେ ଏକ ଅଭିଯୋଗ ଆଣିଛନି। ଗତ ୨୦ ତାରିଖରେ ହୋଇଥିବା ଏହି ବିବାହ ସେହି ଦିନ ହିଁ ଭାଙ୍ଗି ଯାଇଛି। ପୁଲିସ୍‌ ବରର ଶାଶୂ ଓ ଶଶୁରଙ୍କ ବିରୋଧରେ ମାମାଲା ରୁଜୁ କରିଛି।

ସୂଚନା ମିଳିଛି ଯେ ଧୋକା ପାଇଥିବା ନିବବିବାହିତ ବିମେଲେଶଙ୍କ ବିବାହ ପୂରା ରୀତିନୀତିର ସହ ହୋଇଥିଲା। ସାତ ଫେରେଁ ହେବାର ସାତ ଘଣ୍ଟା ନପୂରୁଣୁ ତାଙ୍କ ବାହାଘର ମାଟିରେ ମିଶିଗଲ। ବିବାହ ପରେ ସବୁ ଝିଅଙ୍କ ପରି ବିମଲେଶଙ୍କ ପତ୍ନୀ ବି ବିଦା ହୋଇ ବାପଘରରୁ ଶଶୁର ଘର ଆସିଥିଲେ। ମାତ୍ର କିଛି ସମୟ ପରେ ସେ ହଠାତ ଅସୁସ୍ଥ ହୋଇପଡ଼ିଲେ। ଉପସ୍ଥିତ ମହିଳାମାନେ ଯେତେବେଳେ ପରିସ୍ଥିତିକୁ ଅନୁଧାନ କଲେ ସେତେବେଳେ ସମସ୍ତଙ୍କ ହୋସ୍‌ ଉଡ଼ିଗଲା। ଜାଣିବାକୁ ମିଳିଲା ଯେ କନ୍ୟା ପିଲା ଜନ୍ମ କରିବାକୁ ଯାଉଛନ୍ତି। ସତକୁ ସତ କିଛି ସମୟରେ ପରେ କନ୍ୟା ଜଣକ ସେଠାରେ ପିଲାକୁ ଜନ୍ମ ଦେବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର