ଯୌତୁକ ନ ଆଣି ଥିବାରୁ ନବ ବିବାହିତା ପତ୍ନୀଙ୍କ ସହ ଦୁଷ୍କର୍ମ କଲେ ସ୍ୱାମୀ ଓ ତାଙ୍କର ଦୁଇ ବନ୍ଧୁ

କରିମ୍‌ଗଞ୍ଜ: ଦାବି ମୁତାବକ ଯୌତୁକ ନ ଆଣିଥିବାରୁ ବାହାଘରର ତିନି ଦିନ ଭିତରେ ଦକ୍ଷିଣ ଆସାମର କରିମଗଞ୍ଜ ଜିଲ୍ଲାରେ ଜଣେ ଯୁବତୀଙ୍କ ସହ ସ୍ୱାମୀ ଏବଂ ତାଙ୍କର ଦୁଇ ବନ୍ଧୁ ଦୁଷ୍କର୍ମ କରିଥିବା କଥା ପୁଲିସ କହିଛି।

ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ରବିବାର ଦିନ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

ପୁଲିସକୁ ଦେଇଥିବା ଅଭିଯୋଗରେ ଯୁବତୀଜଣକ ଜଣାଇଛନ୍ତି ଯେ ଯୌତୁକ ହିସାବରେ ସ୍ୱାମୀ ସୁନା ଗହଣା ଦାବି କରିଥିଲେ। ତାଙ୍କ ଦାବି ପୁରଣ ନ ହେବାରୁ ସେ ଓ ତାଙ୍କର ବନ୍ଧୁମାନେ ମିଶି ଏପ୍ରିଲ୍‌ ୧୭ ତାରିଖ ଦିନ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।

ପୁଲିସ କହିବା ଅନୁସାରେ, ସାଙ୍ଘାତିକ ଅବସ୍ଥାରେ ଯୁବତୀଜଣକ ଚିକିତ୍ସା ପାଇଁ ଏକ ସରକାରୀ ଡାକ୍ତରଖାନାକୁ ଯିବା ପରେ ଘଟନା ପଦାକୁ ଆସିଥିଲା।

ଯୁବତୀଙ୍କ ଅଭିଯୋଗ ଆଧାରରେ ଏପ୍ରିଲ୍‌ ୨୦ ତାରିଖ ଦିନ ଏଫ୍‌ଆଇଆର୍‌ ଫାଇଲ୍‌ କରାଯାଇଥିଲା। ଦୁଷ୍କର୍ମରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ତଲାସ ଆରମ୍ଭ ହୋଇ ଥିବା କଥା ପୁଲିସ ଜଣାଇଛି।

ସମ୍ବନ୍ଧିତ ଖବର