୬ବର୍ଷୀୟା ନାବାଳିକାକୁ ଘୋଡ଼ା ଇଞ୍ଜେକ୍ସନ୍‌ ଦେଇ ଦୁଷ୍କର୍ମ କରିବା ପରେ ଗଳା କାଟି ହତ୍ୟା କଲା ଯୁବକ

ଚଣ୍ଡିଗଡ଼: ହରିୟାଣାର ଯମୁନା ନଗରରେ ଘଟିଛି ଏକ ଜଘନ୍ୟ ଅପରାଧ ଘଟଣା । ପୁଣି ଜଣେ ୬ବର୍ଷୀୟା ନାବାଳିକା ହୋଇଛି ଦୁଷ୍କର୍ମର ଶିକାର । ଦେବୀ(୪୦) ନାମକ ଜଣେ ଯୁବକ ନାବଳିକାକୁ ଅପହରଣ କରି ନେଇ ପୂର୍ବତନ ମନ୍ତ୍ରୀ ନିର୍ମଲ ସିଂଙ୍କ ଘୋଡ଼ା ଫାର୍ମରେ ରଖିଥିଲେ । ଘୋଡ଼ା ଫାର୍ମରେ ପଶୁ ଚିକିତ୍ସକଙ୍କ ଅଧୀନରେ କାମ କରୁଥିବା ଦେବୀ ନାବାଳିକାଙ୍କୁ ଘୋଡ଼ା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଧରା ପଡ଼ିଯିବା ଭୟରେ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିଥିଲା ଦେବୀ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ସୂଚନା ମୁତାବକ, ପୀଡ଼ିତାଙ୍କ ବାପାଙ୍କୁ ଭଲ ଭାବରେ ଜାଣିଥିଲେ ୧୧ବର୍ଷ ହେଲା ଘୋଡ଼ା ଫାର୍ମରେ କାମ କରୁଥିବା ଦେବୀ । ଶନିବାର ପୀଡ଼ିତାଙ୍କ ବାପା ମାଛ ଧରିବାକୁ ଯାଇଥିବା ବେଳେ ଘରେ ଏକା ପାଇ ବାପାଙ୍କ ପାଖକୁ ନେଇଯିବି ବୋଲି କହି ପୀଡ଼ିତାଙ୍କୁ ଘରୁ ଦେବୀ ନିଜ ସାଙ୍ଗରେ ନେଇ ଯାଇଥିଲେ । ପୀଡ଼ିତାଙ୍କୁ କାମ କରୁଥିବା ଘୋଡ଼ା ଫାର୍ମକୁ ନେଇ ଘୋଡ଼ା ଇଞ୍ଜେକ୍ସନ ଦେବା ସହ ୮ ଘଣ୍ଟା ମଧ୍ୟରେ ୩ଥର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ୮ଘଣ୍ଟା ପରେ ପୀଡ଼ିତାଙ୍କ ଚେତା ଫେରିବା ଦେଖି ଡ଼ରରେ ଦେବୀ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିବା ସହ ଏକ ଜନଶୂନ୍ୟ ସ୍ଥାନରେ ପୀଡ଼ିତାଙ୍କ ମୃତ ଶରୀରକୁ ଫିଙ୍ଗି ଦେଇଥିଲା ।

Daily Post Punjabi

ପର ଦିନ ସ୍ଥାନୀୟ ଲୋକ ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ମୃତଦେହକୁ ଜବତ କରିଥିଲା ପୁଲିସ । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣା ପଡ଼ିଥିଲା । ତଦନ୍ତ ପରେ ପାଖରେ ପଡ଼ିଥିବା ଏକ ସିରିଞ୍ଜରୁ ତଦନ୍ତ ଆରମ୍ଭ କରି ପ୍ରକୃତ ଦୋଷୀ ପାଖରେ ପହଞ୍ଚି ପାରିଥିଲା ପୁଲିସ ।

ସମ୍ବନ୍ଧିତ ଖବର