ନିଠାରୀ କାଣ୍ଡ: ଅଞ୍ଜଳି ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଣ୍ଢେର-କୋଲି ଦୋଷୀ ସାବ୍ୟସ୍ତ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ସ୍ୱତନ୍ତ୍ର ଅଦାଲତ ନିଠାରୀ କାଣ୍ଡରେ ପୂର୍ବରୁ ଦୋଷୀ ମନିନ୍ଦର ସିଂହ ପଣ୍ଢେର ଓ ସୁରେନ୍ଦ୍ର କୋଲିକୁ ୨୫ ବର୍ଷୀୟ ଅଞ୍ଜଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଞ୍ଜଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଣ୍ଢେର ଓ ସୁରେନ୍ଦ୍ର କୋଲିଙ୍କୁ ଦୋଷୀ ପାଇଛି। ଏହି ମାମାଲାର ଶୁକ୍ରବାର ଶୁଣାଣି ହେବ।

ସିବିଆଇ କୋର୍ଟ ନିଠାରୀ କାଣ୍ଡର ଆଉ ଏକ ମାମଲା ମନିନ୍ଦର ଓ ସୁରେନ୍ଦ୍ରଙ୍କୁ ଦୋଷୀ ପାଇଛି, ଯେଉଁଥିରେ କି ସଜାକୁ ନେଇ ଶୁକ୍ରବାର କୋର୍ଟ ରାୟ ପ୍ରକାଶ କରିବ। ଏହି ମାମଲା ୨୫ ବର୍ଷୀୟ ଅଞ୍ଜଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ସହିତ ଜଡ଼ିତ। ସୂଚନାଯୋଗ୍ୟ ନୋଏଡ଼ାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡରେ ପୂର୍ବରୁ ବିଶେଷ ଅଦାଲତ ମନିନ୍ଦର ଓ ସୁରେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରିଛି। ୨୦୦୭ରୁ ଏହି ମାମଲା କୋର୍ଟରେ ଚାଲୁଛି। ଓକିଲଙ୍କ କହିବା ଅନୁସାରେ ୨୫ ବର୍ଷୀୟ ଅଞ୍ଜଳି ଏଠାରେ ଚାକରାଣୀ ଥିଲେ।

ସମ୍ବନ୍ଧିତ ଖବର