୨୦୧୦ରେ ଲିକ୍‌ ହୋଇଥିବା ସେକ୍ସ ଟେପ୍‌ରେ ସ୍ୱାମୀ ନିତ୍ୟାନନ୍ଦ ଓ ଅଭିନେତ୍ରୀ ରଞ୍ଜିତା ଥିଲେ : ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ଚେନ୍ନାଇ: ଗଡ୍‍ମ୍ୟାନ୍‌ ସ୍ୱାମୀ ନିତ୍ୟନନ୍ଦ ଏବଂ ତାମିଲ ଫିଲ୍ମଷ୍ଟାର ରଞ୍ଜିତାଙ୍କ ସେକ୍ସ ସ୍କାଣ୍ଡାଲ୍‌ ୨୦୧୦ରେ ଚହଳ ପକାଇଥିଲା । ଦୁଇ ଜଣଙ୍କର ଅନ୍ତରଙ୍ଗ ସମୟରେ ଭିଡ଼ିଓ ଟେପ୍‌ ସୋସିଆଲ ମିଡ଼ିଆରେ ଲିକ୍‌ ହେବା ପରେ କେହି ଏହାକୁ ବିଶ୍ୱାସ କରିପାରି ନ ଥିଲେ । ଏହା ପରେ ସ୍ୱାମୀ ନିତ୍ୟନନ୍ଦଙ୍କ ନା ସେକ୍ସ ସ୍ୱାମୀ ହୋଇଯାଇଥିଲା । ଏହି ଭିଡ଼ିଓ ଭାଇରାଲ ହେବାପରେ ଭିଡ଼ିଓରେ ଯୌନ-ସଂସର୍ଗ ମୁଦ୍ରାରେ ଥିବା ଦୁଇଜଣ ସେମାନେ ନୁହନ୍ତି ବୋଲି କହିଥିଲେ ସ୍ୱାମୀ ନିତ୍ୟାନନ୍ଦ । ଅନ୍ୟପକ୍ଷରେ ରଞ୍ଜିତା କହିଥିଲେ କି ଭିଡ଼ିଓରେ ଥିବା ମହିଳା ଜଣଙ୍କ ସେ ନୁହନ୍ତି । କେହି ଜଣେ ତାଙ୍କୁ ଫସେଇଛି ବୋଲି ସେ ଅଭିଯୋଗ କରିଥିଲେ। ସେ ଏକ ପ୍ରେସ କନଫରେନ୍ସ ଡ଼ାକି ସେ ଏହି ଭିଡ଼ିଓ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ଓ କହିଥିଲେ ଏହି ଭିଡିଓକୁ ଏଡିଟ୍‌ କରାଯାଇଛି । କାରଣ ସେହି ସମୟରେ ମୁଁ ଧ୍ୟାନପୀଠମ୍‌ ଆଶ୍ରମରେ ଜଣେ ଭକ୍ତଙ୍କ ସହ ଥିଲି ।

indiatoday

ଏହା ପରେ ସେ ବେଙ୍ଗାଲୁରୁର ଏକ କୋର୍ଟରେ ଏ ନେଇ ଏକ ମାମଲା ଦାୟର କଲା ପରେ ଏହି ଭିଡ଼ିଓ ଟେପକୁ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଲାଗି ଦିଆ ଯାଇଥିଲା । ସେହି ଭିଡିଓରେ ସ୍ୱାମୀ ନିତ୍ୟନନ୍ଦ ଏବଂ ତାମିଲ ଷ୍ଟାର ରଞ୍ଜିତା ଅଛନ୍ତି ବୋଲି ବେଙ୍ଗାଲୁରୁ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି ସ୍ପଷ୍ଟ କରିଥିଲା । କିନ୍ତୁ ୨୦୧୨ରେ ସ୍ୱାମୀ ନିତ୍ୟନନ୍ଦ ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ । ସେ କହିଥିଲେ ୪ ଜଣ ଆମେରେକୀୟ ବିଶେଷଜ୍ଞ ଏହି ଭିଡିଓକୁ ପରୀକ୍ଷା କରି ଏହା ନକଲି ବୋଲି କହିଛନ୍ତି ।ଏହା ପରେ ଏହି ଭିଡିଓର ସତ୍ୟାସତ୍ୟ ଜାଣିବା ପାଇଁ ପୁଣି ଥରେ କ୍ରାଇମ୍‌ ବ୍ରାଞ୍ଚକୁ ଦିଆ ଯାଇଥିଲା । ପୁଣି ଥରେ ଏହି ଭିଡ଼ିଓରେ ଗଡ଼୍‍ମ୍ୟାନ୍‌ ସ୍ୱାମୀ ନିତ୍ୟନନ୍ଦ ଏବଂ ତାମିଲ ଷ୍ଟାର ରଞ୍ଜିତା ଅଛନ୍ତି ବୋଲି ସ୍ପଷ୍ଟ କରିଛି ସେଣ୍ଟ୍ରାଲ ଫରେନ୍‌ସିକ୍‌ ଲ୍ୟାବ୍‌ ।

ଏହି ଭିଡ଼ିଓକୁ ଟିଭିରେ ଦେଖାଇ ଥିବାରୁ ସନ୍‌ ଟିଭିର ସମ୍ପାଦକ ହଂସରାଜ ସକ୍ସେନା ଏବଂ ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ ନିତ୍ୟାନନ୍ଦ ମାମଲା କରିଥିଲେ । ଧ୍ୟାନପୀଠ ଚାରିଟେବୁଲ ଟ୍ରଷ୍ଟର ମ୍ୟନେଜର ନିତ୍ୟା ଆତ୍ମପ୍ରଭାନନ୍ଦଙ୍କ କହିବା ଅନୁଯାୟୀ ଏହି ଭିଡିଓକୁ ପ୍ରସାରଣ ରୋକିବା ପାଇଁ ସନ୍‌ ଟିଭି ଚ୍ୟାନେଲ ଆମକୁ ଟଙ୍କା ମାଗିବା ସହ ଆକ୍ରମଣ ମଧ୍ୟ କରିଥିଲେ । ରଞ୍ଜିତା ମଧ୍ୟ ୨୦୧୧ରେ ଅଭିଯୋଗ କରିଥିଲେ କି ତାଙ୍କ ଫଟୋକୁ ଭାଇରାଲ ନ କରିବା ପାଇଁ ତାଙ୍କୁ ଟଙ୍କା ମଗା ଯାଇଥିଲା ।

ସମ୍ବନ୍ଧିତ ଖବର